ETV Bharat / bharat

ବିଷ ପିଇ ଆତ୍ମହତ୍ୟା କଲେ ଆନ୍ଦୋଳନରତ ଚାଷୀ - ଆନ୍ଦୋଳନରତ ଚାଷୀ

ବିଷ ପିଇ ଆତ୍ମହତ୍ୟା କଲେ ଆନ୍ଦୋଳନରତ ଚାଷୀ । ଘଟଣାସ୍ଥଳରୁ ଜବତ ହେଲା ସୁଇସାଇଡ ନୋଟ । ଅଧିକ ପଢନ୍ତୁ...

58-year-old Farmer Dies After Allegedly Consuming Poison At Haryana Protest Site
ବିଷ ପିଇ ଆତ୍ମହତ୍ୟା କଲେ ଆନ୍ଦୋଳନରତ ଚାଷୀ
author img

By

Published : Jun 17, 2021, 7:58 AM IST

ନୂଆଦିଲ୍ଲୀ: ବିଷ ପିଇ ଆତ୍ମହତ୍ୟା କଲେ ଆନ୍ଦୋଳନରତ ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସିଙ୍ଘୁ ବର୍ଡରରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ ଜବତ କରାଯାଇଛି । ମୃତ ଚାଷୀ ଜଣକ ପାଲା ରାମ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ହରିୟାଣାର ଜିନ୍ଦା ଜିଲ୍ଲାର ଖଟ୍ଟର ଟୋଲ ପ୍ଲାଜାରେ 500ରୁ 700 କୃଷକ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିଆସୁଛନ୍ତି । ହେଲେ ମଙ୍ଗଳବାର ଚାଷୀ ପାଲା ଶୋଇବା ପାଇଁ ରାତିରେ ଏକ ତମ୍ବୁ ଭିତରକୁ ଯାଇଥିଲେ । ସେଠାରେ ସେ ବିଷ ପିଇ ଥିବା କହିଛନ୍ତି ଆନ୍ଦୋଳନକାରୀ । ପାଲା ରାମ ଧାରଣାସ୍ଥଳରେ ଆନ୍ଦୋଳନରତ ଚାଷୀଙ୍କୁ ଖାଦ୍ୟ ଓ ଚା ଯୋଗାଉଥିଲେ। ଗତ କିଛି ମାସ ଧରି ଆନ୍ଦୋଳନରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। କୃଷକଙ୍କ ଦାବି ପୂରଣ ହୋଇ ନ ଥିବାରୁ ସେ ଗତ କିଛି ଦିନ ହେବ ନିରାଶ ହୋଇଥିଲେ । ଆନ୍ଦୋଳନ ସମୟରେ ଚାଷୀ ଆତ୍ମହତ୍ୟା କରିବାର କିଛି ମାମଲା ରୁଜୁ ହୋଇଛି । ଗତ ଡିସେମ୍ବରରେ ଜଣେ ଶିଖ୍ ପ୍ରଚାରକ ମଧ୍ୟ ସିଙ୍ଘୁ ବର୍ଡରରେ ଆତ୍ମହତ୍ୟା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.