ETV Bharat / bharat

Chardham Yatra 2022: ୨୦ ଦିନରେ ଗଲାଣି ୫୭ ତୀର୍ଥଯାତ୍ରୀଙ୍କ ଜୀବନ

author img

By

Published : May 23, 2022, 6:53 AM IST

ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra) । ୨୦ ଦିନ ମଧ୍ୟରେ ମୋଟ ୫୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Chardham Yatra 2022:୨୦ ଦିନରେ ଗଲାଣି ୫୭ ତିର୍ଥଯାତ୍ରୀଙ୍କ ଜୀବନ

ଡେରାଡୁନ: ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra) । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୦ ଦିନ ମଧ୍ୟରେ ମୋଟ ୫୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଉତ୍ତରାଖଣ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (Uttarakhand Director-General DG Shailja Bhatt ) ଶୈଳଜା ଭଟ୍ଟ କହିଛନ୍ତି ଯେ, ‘ହୃଦଘାତ ଓ ମାଉନଟେନ ସିକନେସ୍ (mountain sickness) ଯୋଗୁଁ ଅଧିକାଂଶ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ପାହାଡି ରାସ୍ତାରେ ଶ୍ରଦ୍ଧାଳୁଙ୍କ ହେଲଥ ସ୍କ୍ରିନିଂ କରାଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି ।

ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଯେଉଁମାନେ ଅସୁସ୍ଥ ଥିବା ଜଣାପଡୁଛି । ସେମାନଙ୍କୁ ଆଗକୁ ଯାତ୍ରା ନ କରିବା ପାଇଁ ପରାମର୍ଶ ଦିଆଯାଉଛି । ଅକ୍ଷୟ ତୃତୀୟା ଅବସରରେ ଯମୁନେତ୍ରୀ ଓ ଗଙ୍ଗୋତ୍ରୀ ମେ’ 3 ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଥିବା ବେଳେ କେଦାରନାଥ ଧାମ 6 ତାରିଖ ଓ ବଦ୍ରିନାଥ ଧାମକୁ 8 ତାରିଖରୁ ଭକ୍ତଙ୍କ ପାଇଁ ଯାତ୍ରା ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.