ETV Bharat / bharat

ବିଶ୍ବର ଦ୍ବିତୀୟ ଉଚ୍ଚତମ ରାସ୍ତାରେ ୯୦୦ କିମି ବାଇକ୍ ଚଳାଇଲେ କର୍ଣ୍ଣାଟକ ମହିଳା

author img

By

Published : Sep 11, 2022, 12:23 PM IST

ବିଶ୍ବର ଦ୍ବିତୀୟ ସବୁଠୁ ଉଚ୍ଚତମ ରାସ୍ତାରେ ୯୦୦ କିମି ବାଇକ ଚଳାଇଲେ କର୍ଣ୍ଣାଟକ ମହିଳା । ଦ୍ବିତୀୟ ପ୍ରୟାସରେ ସେ ଏହି ଉପଲବ୍ଧି ହାସଲ କରିପାରିଛନ୍ତି । ଅଧିକ ପଢନ୍ତୁ

ବିଶ୍ବର ଦ୍ବିତୀୟ ଉଚ୍ଚତମ ରାସ୍ତାରେ ୯୦୦ କିମି ବାଇକ୍ ଚଳାଇଲେ କର୍ଣ୍ଣାଟକ ମହିଳା
ବିଶ୍ବର ଦ୍ବିତୀୟ ଉଚ୍ଚତମ ରାସ୍ତାରେ ୯୦୦ କିମି ବାଇକ୍ ଚଳାଇଲେ କର୍ଣ୍ଣାଟକ ମହିଳା

ବେଙ୍ଗାଲୁରୁ: କର୍ଣ୍ଣାଟକ ଉଡୁପିର ଜଣେ ମହିଳା ବଡ ଉପଲବ୍ଧି ହାସଲ କରିଛନ୍ତି । ୫୪ ବର୍ଷ ବୟସରେ ସେ ଲଦାଖର ଖରଦୁଙ୍ଗ ଲା(Khardung La)ରେ ୯୦୦ କିଲୋମିଟର ବାଇକ ଯାତ୍ରା କରିଛନ୍ତି । ଖରଦୁଙ୍ଗ ଲା ହେଉଛି ଦୁନିଆର ଦ୍ବିତୀୟ ସବୁଠୁ ଉଚ୍ଚତମ ରାସ୍ତା । ସୁଉଚ୍ଚ ପର୍ବତମାଳା ଉପରେ ଏହି ରାସ୍ତାଟି ନିର୍ମିତ ହୋଇଥିବା ଯୋଗୁଁ ଏଠାରେ ଅମ୍ଲଜାନ ସ୍ତର କମ୍ ରହିଥାଏ । ତେଣୁ ଏହି ବିପଦସଙ୍କୁଳ ରାସ୍ତାରେ ଯାତ୍ରା କରିବା ଅତ୍ୟନ୍ତ କଷ୍ଟସାଧ୍ୟ । କିନ୍ତୁ ନିଜ ଅଦମ୍ୟ ସାହସ ଓ ନିଷ୍ଠା ବଳରେ ୫୪ ବର୍ଷୀୟା ବିଲମା ଫେଡରେଟିଆ କାର୍ଭାଲ୍‌ହୋ(Vilma Fedretia Carvalho) ଦୁଃସାହସିକ ବାଇକ ଯାତ୍ରା କରିଛନ୍ତି । ଏହି ଉପଲବ୍ଧି ହାସଲ କରିବାରେ ବିଲମା ସବୁଠୁ ଅଧିକ ବୟସ୍କା ମହିଳା ଅଟନ୍ତି ।

ବିଲମା ଲେହ ଟୁ ଲେହ(Leh to Leh)ରୁ ନିଜ ବାଇକ ଯାତ୍ରା ଆରମ୍ଭ କରିଥିଲେ । ସେ ଏହିଠାରୁ ଖରଦୁଙ୍ଗ ଲା, ନୁବ୍ରା, ହୁନ୍ଦର, ପାଙ୍ଗଙ୍ଗ ହ୍ରଦ ଦେଇ ଲେହ ଅଞ୍ଚଳରେ ପହଞ୍ଚିଥିଲେ । ସେ ମାତ୍ର ୬ ଦିନରେ ଦୀର୍ଘ ୯୦୦ କିଲୋମିଟର ଅତିକ୍ରମ କରିଥିଲେ । ସମୁଦାୟ ୯୦୦ କିମି ରାସ୍ତାରୁ ୫୦୦ କିମି ବାଟ ଅତ୍ୟନ୍ତ କଠିନ ଥିଲା । ଏହି ରାସ୍ତା ଅବସ୍ଥା ଠିକ୍ ନଥିବା ବେଳେ ଏଠାରେ ଅମ୍ଲଜାନ ସ୍ତର କମ୍ ରହିଥାଏ । ତେଣୁ ଏହି ରାସ୍ତାରେ ଯାତ୍ରା କରିବା ସମସ୍ତଙ୍କ ପାଇଁ ସମ୍ଭବପର ହୁଏ ନାହିଁ ।

ଏହାମଧ୍ୟ ପଢନ୍ତୁ: ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବା ପରେ ନାବାଳିକାକୁ କିରୋସିନ ଢାଳି ନିଆଁ ଲଗାଇଦେଲା ଅଭିଯୁକ୍ତ !

ଖରଦୁଙ୍ଗ ଲା ରାସ୍ତାରେ ବାଇକ ଚଳାଇବା ବିଲମାଙ୍କ ବହୁ ଦିନର ସ୍ବପ୍ନ ଥିଲା । ପୂର୍ବରୁ ମଧ୍ୟ ସେ ଏହି ପ୍ରୟାସ କରିଥିଲେ । ମାତ୍ର ବାଇକରେ ଟେକ୍ନିକାଲ ତ୍ରୁଟି ଯୋଗୁଁ ସେ ସେତେବେଳେ ଯାତ୍ରା କରିପାରି ନଥିଲେ । କିନ୍ତୁ ଦ୍ବିତୀୟ ପ୍ରୟାସରେ ମହିଳା ଏହି ଉଚ୍ଚତମ ରାସ୍ତାରେ ୯୦୦ କିମି ଯାତ୍ରା କରି ରେକର୍ଡ ପ୍ରତିଷ୍ଠା କରିପାରିଛନ୍ତି । ବିଲମା ଫେଡରେଟିଆ କାର୍ଭାଲ୍‌ହୋଙ୍କ ଉଡୁପି ଜିଲ୍ଲା କୁନ୍ଦରପୁର ନିବାସୀ ଅଟନ୍ତି । ସେ ନିଜ ଭାଇଙ୍କ ସହୟତାରେ Yezdi Roadking ବାଇକରେ ଡ୍ରାଇଭିଂ ଅଭ୍ୟାସ କରିଥିଲେ । ବର୍ତ୍ତମାନ ବିଲମା ବେଙ୍ଗାଲୁରୁରେ କର୍ପୋରେଟ ଟ୍ରେନର ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଜଣେ ମହିଳା ଚାହିଁଲେ ଦୃଢ ମନୋବଳ ବଳରେ ଯେକୌଣସି ଅସାଧ୍ୟ ସାଧ୍ୟ କରିପାରିବ ବୋଲି ପ୍ରମାଣ କରିଦେଇଛନ୍ତି ବିଲମା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.