ଭୋପାଳ: ଦିନକୁ ଦିନ ବଢିବାରେ ଲାଗିଛି ଦେଶରେ ସଂକ୍ରମଣ । ଦ୍ବିତୀୟ ଲହରୀ ଜାରି ରହି ଥିବାରୁ ପ୍ରତିଦିନ ଦେଶରେ ଲକ୍ଷେ ଟପୁଛି ସଂକ୍ରମିତଙ୍କ ସଂଖ୍ୟା । ମଧ୍ୟପ୍ରଦେଶର ଭୋପାଳ ଏମ୍ସରେ 53 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2 ଜଣ ଡାକ୍ତର ରହିଥିବା ବେଳେ 38 ଜଣ ମେଡିକାଲ ଛାତ୍ର ଓ 13 ଜଣ ସ୍ବାସ୍ଥ୍ୟ କର୍ମୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏପ୍ରିଲ 8 ପର୍ଯ୍ୟନ୍ତ,ଏମ୍ସ ମେଡିକାଲ କଲେଜରେ ପାଠ ପଢୁଥିବା ମୋଟ 1,285 ଜଣଙ୍କ ମଧ୍ୟରୁ 38 ଜଣ ଡାକ୍ତରୀ ଛାତ୍ର କୋରୋନା ସଂକ୍ରମିତ ହୋଇଥିଲେ । ଏହାସହ 13 ସ୍ବାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଭୋପାଳ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।