ଚେନ୍ନାଇ: କୋରୋନା ଲକଡାଉନ ଯୋଗୁଁ ଦେଶରେ ମାର୍ଚ୍ଚ 25 ତାରିଖରୁ ଆନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇନ୍ତି। ମାତ୍ର, କେବଳ ଆନ୍ତର୍ଜାତୀୟ କାର୍ଗୋ ବିମାନ ଗୁଡିକ ଚଳାଚଳ କରିବ।
ଚେନ୍ନାଇ ବିମାନବନ୍ଦର କଷ୍ଟମ ଅଧିକାରୀଙ୍କୁ ମାଲ ପରିବହନ ବିମାନରେ ସୁନା ଚୋରା ଚାଲାଣ କରାଯାଉଥିବା ସୂଚନା ମିଳିବା ପରେ ବିମାନରେ ଥିବା ଯାତ୍ରୀମାନଙ୍କର କଡାକଡି ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ବିମାନରୁ 51 କିଲୋଗ୍ରାମର ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ପାଖାପାଖି 26 କୋଟି ଟଙ୍କା ହେବ। ଏଥିରେ ସମ୍ପୃକ୍ତ 141 ଜଣଙ୍କୁ ଗିରଫ କରାଯାଇଛି।
ଚେନ୍ନାଇ ବିମାନବନ୍ଦର କଷ୍ଟମ ବିଭାଗର କମିଶନର ରାଜନ ଚଉଧୁରୀଙ୍କ ନେତୃତ୍ୱରେ ଅଧିକାରୀଙ୍କ ନିରନ୍ତର ତଦାରଖ ଯୋଗୁଁ ଏହି ଚୋରା ସୁନା ଜବତ କରାଯାଇପାରିଛି। ବିମାନବନ୍ଦରରେ କାର୍ଯ୍ୟ କରୁଥିବା 7 ଜଣଙ୍କୁ, ସୁନା ଚୋରା ଚାଲାଣକାରୀଙ୍କୁ ସାହାଯ୍ୟ କରୁଥିବା ଜଣାପଡିବା ପରେ ଗିରଫ କରାଯାଇଛି। କଷ୍ଟମ ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ଏହି ସୁନା ଚୋରା ଚାଲାଣକାରୀ ଗ୍ୟାଙ୍ଗର ନେତା ଧରାପଡ଼ନ୍ତି ତେବେ ସୁନା ଚୋରା କାରବାର ହ୍ରାସ ପାଇବ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ