ETV Bharat / bharat

କୋଭିଡରେ ବାପା ମା’ ହରାଇଥିବା ପିଲାଙ୍କୁ ମଧ୍ୟପ୍ରଦେଶ ସରକାର ଦେବେ ପେନସନ - ଶିବରାଜ ସିଂ ଚୌହାନ

ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା । କୋରୋନାରେ ବାପା ମା ହରାଇଥିବା ପିଲାଙ୍କୁ ଦେବେ ମାସିକ 5ହଜାର ଟଙ୍କା ପେନସନ । ଅଧିକ ପଢନ୍ତୁ...

କୋରୋନାରେ ବାପା ମା ହରାଇଥିବା ପିଲାଙ୍କୁ ପେନସନ ଦେବେ ମଧ୍ୟପ୍ରଦେଶ ସରକାର

author img

By

Published : May 13, 2021, 12:15 PM IST

ଭୋପାଳ: ଦେଶରେ କୋରୋନା ସଙ୍କଟ ମଧ୍ୟରେ ଅନେକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । କିଏ ନିଜେ ପରିବାରକୁ ହରାଇଛି ତ ଆଉ କିଏ ନିଜ ପିତା ମାତାକୁ ହରାଇ ଅନାଥ ହୋଇଯାଇଛି ।

ମଧ୍ୟପ୍ରଦେଶ ସରକାର ଏଭଳି ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଭଳି ପିଲାମାନଙ୍କୁ ମାସକୁ 5ହଜାର ଟଙ୍କା ପେନସନ ଦେବାକୁ ଘୋଷଣା କରିଛନ୍ତି ।

ଶିବରାଜ ସିଂ ଚୌହାନ କହିଛନ୍ତି କି ଯେଉଁ ପିଲାମାନେ ନିଜ ବାପା ମାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି ସେମାନଙ୍କୁ ମାଗଣା ଶିକ୍ଷା , 5000 ଟଙ୍କା ପେନସନ ଓ ପରିବାରକୁ ମାଗଣା ରାସନ ଦିଆଯିବ । ଏବଂ ଯେଉଁ ମାନେ କାମ କରିବାକୁ ଚାହାନ୍ତି ସେମାନେ ସରକାରଙ୍କ ଗ୍ୟାରେଣ୍ଟିରେ ଋଣ ନେଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.