ETV Bharat / bharat

'50 ପ୍ରତିଶତ ଲୋକେ ମାସ୍କ ପିନ୍ଧୁନାହାଁନ୍ତି' - ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଅଧ୍ୟୟନକୁ ଦର୍ଶାଇ କହିଛି ଯେ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାଁନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, 50 ପ୍ରତିଶତ ଲୋକ ମାସ୍କ ପିନ୍ଧୁନାହାଁନ୍ତି । ଅଧିକ ପଢନ୍ତୁ....

ଅଧା ପିନ୍ଧୁ ନାହାଁନ୍ତି ମାସ୍କ
ଅଧା ପିନ୍ଧୁ ନାହାଁନ୍ତି ମାସ୍କ
author img

By

Published : May 20, 2021, 10:25 PM IST

ନୂଆଦିଲ୍ଲୀ: ଭାରତରେ ଜାରି ରହିଛି ମହାମାରୀ କୋରୋନାର ଦ୍ବାତୀୟ ଲହରୀ । ଭୟାବହ ପରିସ୍ଥିତି ମଧ୍ୟରେ ବି ଅମାନିଆ ହେଉଛନ୍ତି ଲୋକେ । ମହାମାରୀକୁ ମାତ ଦେବା ପାଇଁ ଗୋଟିଏ ଅସ୍ତ୍ର ମାସ୍କ ପରିଧାନ । ହେଲେ ଦେଶର ଅଧିକାଂଶ ଜନସାଧାରଣ ସଠିକ ଢଙ୍ଗରେ ପିନ୍ଧୁନାହାଁନ୍ତି ମାସ୍କ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଅଧ୍ୟୟନକୁ ଦର୍ଶାଇ କହିଛି ଯେ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାଁନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, 50 ପ୍ରତିଶତ ଲୋକ ମାସ୍କ ପିନ୍ଧୁନାହାଁନ୍ତି ।

ଯେଉଁମାନେ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ 64 ପ୍ରତିଶତ ଲୋକ ନାକ ନୁହେଁ ବରଂ ମୁହଁ ଘୋଡାଇବାକୁ ମାସ୍କ ପିନ୍ଧୁଛନ୍ତି । 20 ପ୍ରତିଶତ ଲୋକ ଥୋଡି ଉପରେ ମାସ୍କ ରଖୁଛନ୍ତି ଏବଂ 2 ପ୍ରତିଶତ ଲୋକ ବେକରେ ମାସ୍କ ଓହଳାଇ ରଖୁଛନ୍ତି ।

କେବଳ 14 ପ୍ରତିଶତ ଲୋକ ସଠିକ ଭାବରେ ମାସ୍କ ପିନ୍ଧୁଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ କହିଛି । ଏହି ପରିପ୍ରେକ୍ଷୀରେ, 25ଟି ସହରରେ 2000 ଲୋକଙ୍କ ଉପରେ ଅଧ୍ୟୟନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.