ETV Bharat / bharat

Drugs in Delhi: ସାହିନବାଗରୁ 50 କେଜି ହେରୋଇନ, 30 ଲକ୍ଷ ଟଙ୍କା ଜବତ

author img

By

Published : Apr 28, 2022, 9:34 PM IST

ଦିଲ୍ଲୀର ସାହିନବାଗରେ ବଡ ଧରଣର ନିଶା ରାକେଟ ଠାବ । 50 କିଲୋଗ୍ରାମର ହେରୋଇନ ଓ ନଗଦ 30 ଲକ୍ଷ ଟଙ୍କା ଜବତ । ଜଣେ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ସାହିନବାଗରୁ 50 କେଜି ହେରୋଇନ, 30 ଲକ୍ଷ ଟଙ୍କା ଜବତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ ଧରଣର ନିଶା କାରବାର ରାକେଟ ଠାବ ହୋଇଛି । ଦିଲ୍ଲୀର ସାହିନବାଗ ଅଞ୍ଚଳରୁ 50 କିଲୋଗ୍ରାମର ହେରୋଇନ ଓ ନଗଦ 30 ଲକ୍ଷ ଟଙ୍କା ଜବତ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB)। ଏହି ମାମଲାରେ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି । ସାହିନବାଗ ଏରିଆର ଜାମିଆ ନଗରରେ ଏହି ନିଶା କାରବାର ଠାବ ହୋଇଥିବାବେଳେ ଏହା ଏକ ଅନ୍ତର୍ଜାତୀୟ ରାକେଟ ଓ ଏହାର ଚେର ଆଫଗାନିସ୍ତାନ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

  • #WATCH | NCB Delhi zone seized 50 kg high-quality heroin, 47 kg suspected narcotics, 30 lakhs drug money in cash counting machines and other incriminating materials from a residential premise in Jamia Nagar, Shaheen Bagh, yesterday, April 27: Sanjay Singh, DDG, Operations, NCB pic.twitter.com/PAGlvOz80X

    — ANI (@ANI) April 28, 2022 " class="align-text-top noRightClick twitterSection" data=" ">

ଆଜିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ NCB ଉପ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି, ସୂଚନା ମିଳିବା ପରେ ଦକ୍ଷିଣ ଦିଲ୍ଲୀରେ ଥିବା ଏକ ରେସିଡେଣ୍ଟାଲ ଆପାର୍ଟମେଣ୍ଟରେ ଚଢାଉ କରିଥିଲା NCB ଟିମ । ଘଟଣାସ୍ଥଳରୁ 50 କିଲୋଗ୍ରାମର ହେରୋଇନ ଓ ନଗଦ 30 ଲକ୍ଷ ଟଙ୍କା ଟିମ ହାତରେ ଲାଗିଛି । Flipkart ପରି ଏକାଧିକ ଇକମର୍ସ କମ୍ପାନୀର ନକଲି ପ୍ୟାକେଟ ବ୍ୟବହାର କରି ଏହି ଡ୍ରଗ୍ସକୁ ପ୍ୟାକିଂ କରାଯାଇଥିଲା । ମାମଲାରେ ସମ୍ପୃକ୍ତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ତଦନ୍ତ ଦୃଷ୍ଟିରୁ ଅଭିଯୁକ୍ତର ପରିଚୟ ସ୍ପଷ୍ଟ କରାଯାଇନାହିଁ । ଏହା ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ ନିଶା କାରବାର ବୋଲି ମଧ୍ୟ NCB ଉପ ମହାନିର୍ଦ୍ଦେଶକ କହିଛନ୍ତି ।

ଜବତ ନାର୍କୋଟିକ ଦ୍ରବ୍ୟକୁ ପରୀକ୍ଷା ପାଇଁ ଲାବ୍ରୋଟୋରୀକୁ ପଠାଯାଇଛି । ଘଟଣାରେ ଅନ୍ତର୍ଜାତୀୟ ରାକେଟର ଲିଙ୍କ ରହିଛି । ଆଫଗାନିସ୍ତାନରୁ ଏହି ବ୍ୟାପକ ପରିମାଣର ନିଶାଦ୍ରବ୍ୟ ଦିଲ୍ଲାକୁ ଅଣାଯାଇ ପରବର୍ତ୍ତୀ ସମୟରେ ବିଭିନ୍ନ ଅଞ୍ଚଳକୁ ପଠାଯାଉଥିବା ଆଶଙ୍କା କରାଯାଉଛି । ଅଭିଯୁକ୍ତକୁ ଅଧିକ ପଚରାଉଚୁରା କରି ତଥ୍ୟ ହାତେଇବାକୁ ଉଦ୍ୟମ ଜାରି ରଖିଛି ତଦନ୍ତକାରୀ ସଂସ୍ଥା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.