ETV Bharat / bharat

ଓଡିଶାରେ ଆତ୍ମହତ୍ୟା କରିଛନ୍ତି 50 ଚାଷୀ - ସସ୍ମିତ ପାତ୍ର

2015 ମସିହାରେ ଓଡିଶାରେ ଆତ୍ମହତ୍ୟା କରିଛନ୍ତି 50 ଜଣ ଚାଷୀ । ଅଧିକ ପଢନ୍ତୁ...

ଓଡିଶାରେ ଆତ୍ମହତ୍ୟା କରିଛନ୍ତି 50 ଚାଷୀ
ଓଡିଶାରେ ଆତ୍ମହତ୍ୟା କରିଛନ୍ତି 50 ଚାଷୀ
author img

By

Published : Feb 12, 2021, 1:05 PM IST

ନୂଆଦିଲ୍ଲୀ: ରାଜ୍ୟରେ ବିଭିନ୍ନ କାରଣ ପାଇଁ 50 ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ତଥ୍ୟ କେବଳ 2015 ର । ଦେଶରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି, ବର୍ଷ ଅନୁଯାୟୀ ଓ ରାଜ୍ୟ ଅନୁଯାୟୀ ତଥ୍ୟ ଦେବାକୁ ବିଜେଡି ସାଂସଦ ସସ୍ମିତ ପାତ୍ର କୃଷି ମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କରିଥିବାବେଳେ ଏପରି ଉତ୍ତର ମିଳିଛି ।

ଓଡିଶାରେ ଆତ୍ମହତ୍ୟା କରିଛନ୍ତି 50 ଚାଷୀ
ଓଡିଶାରେ ଆତ୍ମହତ୍ୟା କରିଛନ୍ତି 50 ଚାଷୀ

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ତଥ୍ୟ ଦେଇଛନ୍ତି । ତେବେ 2015 ପରଠୁ କାରଣ ଅନୁଯାୟୀ ତଥ୍ୟ ନଥିବାରୁ 2015 ମସିହାର ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଓଡିଶାରେ 2015 ମସିହାରେ ମୋଟ 50 ଜଣ ଚାଷୀ ଆତ୍ମହତ୍ୟା କରିଥିବାବେଳେ ସେମାନଙ୍କ ମଧ୍ୟରୁ 5 ଜଣ ଜମି ପାଇଁ, 24 ଜଣ ପାରିବାରିକ କଳହ ପାଇଁ, ଜଣେ ସ୍ବାସ୍ଥ୍ୟଗତ କାରଣରୁ, 2 ଜଣ ଋଣବୋଝ କାରଣରୁ, 5 ଜଣଙ୍କ ମୃତ୍ୟୁର କାରଣ ଜଣାନଥିବାବେଳେ ଅନ୍ୟାନ୍ୟ କାରଣ ପାଇଁ 13 ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ।

ସେହିପରି ସାରା ଭାରତରେ ଜମି ପାଇଁ 270 ଜଣ, ଜମି ସମସ୍ୟା ପାଇଁ 179 ଜଣ, ବିବାହ ସମସ୍ୟା ପାଇଁ 247 ଜଣ, ନିଜ ଲୋକଙ୍କ ମୃତ୍ୟୁ ପାଇଁ 28 ଜଣ, ପାରିବାରିକ ସମସ୍ୟା ପାଇଁ 2776 ଜଣ, ଚାଷ ସମ୍ବନ୍ଧୀୟ ସମସ୍ୟା ପାଇଁ 1562 ଜଣ, ସ୍ବାସ୍ଥ୍ୟଗତ କାରଣରୁ 1714 ଜଣ, ମଦ୍ୟପାନ ପାଇଁ 642 ଜଣ, ସାମାଜିକ ପ୍ରତିଷ୍ଠା ହ୍ରାସ ପାଇଁ 30 ଜଣ, ଋଣ ବୋଝ ପାଇଁ 3352 ଜଣ, ଶାରୀରିକ ନିର୍ଯାତନା ପାଇଁ 9 ଜଣ ଆତ୍ମହତ୍ୟା କରିଛନ୍ତି । ଏହା ଛଡା 615 ଜଣଙ୍କ ଆତ୍ମହତ୍ୟାର କାରଣ ଜଣାନଥିବାବେଳେ 1178 ଜଣ ଅନ୍ୟାନ୍ୟ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ବୋଲି ତଥ୍ୟ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.