ETV Bharat / bharat

କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ ସଂକ୍ରମିତ ଚିହ୍ନଟ

କର୍ଣ୍ଣାଟକରେ ୫ ବର୍ଷୀୟା ଶିଶୁକନ୍ୟା ଜିକା ଭାଇରସ ସଂକ୍ରମିତ ଚିହ୍ନଟ । ରାଜ୍ୟରେ ଏହା ପ୍ରଥମ ମାମଲା । ଅଧିକ ପଢନ୍ତୁ

author img

By

Published : Dec 13, 2022, 9:04 AM IST

କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ ସଂକ୍ରମିତ ଚିହ୍ନଟ
କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ ସଂକ୍ରମିତ ଚିହ୍ନଟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ । ଏଠାରେ ଜଣେ ୫ ବର୍ଷୀୟା ଶିଶୁକନ୍ୟା ଜିକା ଭାଇରସ ସଂକ୍ରମିତ ଥିବା ଜଣାପଡିଛି । ଏନେଇ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି( first confirmed Zika virus patient in Karnataka) । ତେବେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବେ ଓ ନିର୍ଦ୍ଦେଶନାମା ଜାରି କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ(Minister K Sudhakar) କହିଛନ୍ତି ଯେ, ''ଡିସେମ୍ବର ୫ରେ କିଛି ସାମ୍ପୂଲ ପୁନେ ଲ୍ୟାବକୁ ପଠାଯାଇଥିଲା । ସେଥିମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିବା ବେଳେ ଦୁଇ ଜଣ ନେଗେଟିଭ ଅଛନ୍ତି । ଗତ ୮ ତାରିଖରେ ଲ୍ୟାବରୁ ଏହି ରିପୋର୍ଟ ଆସିଛି । ସଂକ୍ରମିତ ଜଣେ ୫ ବର୍ଷୀୟା ଶିଶୁକନ୍ୟା ବୋଲି ଜଣାପଡିଛି । ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ସେହି ଶିଶୁ ଉପରେ ନଜର ରଖିଛି ।''

ଏହାମଧ୍ୟ ପଢନ୍ତୁ: ବିଜ୍ଞାନ ପ୍ରଦର୍ଶନୀରେ ଫାଟିଲା ରକେଟ୍, ଛାତ୍ରଛାତ୍ରୀ ଆହତ

କିଛି ମାସ ତଳେ କେରଳ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ଜିକା ଭାଇରସ ମାମଲା ଚିହ୍ନଟ ହୋଇଥିଲା । ଏବେ କର୍ଣ୍ଣାଟକରେ ପ୍ରଥମ ମାମଲା ସାମ୍ନାକୁ ଆସିଛି । ଚିକେନଗୁନିଆ ଓ ଡେଙ୍ଗୁ ଟେଷ୍ଟ କରାଯିବା ବେଳେ ଏହି ଭାଇରସ ଠାବ ହୋଇଛି । କହିରଖୁଛୁ କି, ଏଡିସ ମଶା କାମୁଡିଲେ ଜିକା ଭାଇରସ ସଂକ୍ରମଣ ହୋଇଥାଏ । ଦିନ ସମୟରେ ଏହି ମଶା ଅଧିକ ସକ୍ରିୟ ଥାଆନ୍ତି । ୧୯୪୭ ମସିହାରେ ପ୍ରଥମେ ଉଗାଣ୍ଡାରେ ଏହି ଭାଇରସ ଠାବ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.