ETV Bharat / bharat

ସର୍ଜିକାଲ ଷ୍ଟ୍ରାଇକକୁ ୫ ବର୍ଷ, ଉରି ଆକ୍ରମଣ ବଦ୍‌ଲା ନେଇଥିଲା ଭାରତ

author img

By

Published : Sep 29, 2021, 1:57 PM IST

Updated : Sep 29, 2021, 3:10 PM IST

ଉରି ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ଅନ୍ଧାର ନିଶବ୍ଦ ରାତିରେ ଶତ୍ରୁ ଶିବିରରେ ପ୍ରବେଶ କରିଥିଲେ ଭାରତର ବୀର ଯବାନ । ଆତଙ୍କୀ ଶିବିରକୁ ୨୯ ସେପ୍ଟେମ୍ବରରେ ଧ୍ବସଂ ବିଧ୍ବଂସ କରିଥିଲା ଭାରତ । ଆଜି ସେହି ସର୍ଜିକାଲ ଷ୍ଟ୍ରାଇକକୁ ପୂରିଛି ୫ ବର୍ଷ । ଅଧିକ ପଢନ୍ତୁ...

ସର୍ଜିକାଲ ଷ୍ଟ୍ରାଇକକୁ ୫ ବର୍ଷ
ସର୍ଜିକାଲ ଷ୍ଟ୍ରାଇକକୁ ୫ ବର୍ଷ

ହାଇଦ୍ରାବାଦ: ୨୦୧୬ ସେପ୍ଟେମ୍ବର ୨୯ ତାରିଖ । ଏହି ତାରିଖକୁ ବୋଧେ ଭୁଲି ପାରିବନି ପାକିସ୍ତାନ । ଶତ୍ରୁର ମାଟିରେ ଶତ୍ରୁକୁ ନିପାତ କରିଥିଲେ ଭାରତୀୟ ଯବାନ । ଉରି ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ଅନ୍ଧାର ନିଶବ୍ଦ ରାତିରେ ଶତ୍ରୁ ଶିବିରରେ ପ୍ରବେଶ କରିଥିଲେ ଭାରତର ବୀର ଯବାନ । ରକ୍ତର ବଦଲା ନେଇଥିଲେ ରକ୍ତରେ । ରକ୍ତରେ ଭିଜିଥିଲା ପାକ ଅଧିକୃତ କାଶ୍ମୀର । ଆତଙ୍କୀ ଶିବିରକୁ କରିଥିଲେ ଧ୍ବସଂ ବିଧ୍ବଂସ । ସେହି ଦିନଠୁ ୨୯ ସେପ୍ଟେମ୍ବରକୁ ସର୍ଜିକାଲ ଷ୍ଟ୍ରାଇକ ରୂପେ ପାଳନ କରୁଛି ଦେଶ । ଆଜି ସେହି ସର୍ଜିକାଲ ଷ୍ଟ୍ରାଇକକୁ ପୂରିଛି ୫ ବର୍ଷ ।

କାହିଁକି ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ ?

୧୮ ସେପ୍ଟେମ୍ବର ୨୦୧୬ ଜମ୍ମୁକାଶ୍ମୀର ସ୍ଥିତ ଉରି ସେକ୍ଟରରେ ଥିବା ସେନା ଶିବିର ଉପରେ ଆକ୍ରମଣ କରିଥିଲା ଜୈଶ-ଏ-ମହମ୍ମଦ । ଯେଉଁଥିରେ ୧୯ ବୀର ପୁତ୍ର ଦେଶ ମାତ୍ରୃକାର ସେବା କରି ଶହୀଦ ହୋଇଯାଇଥିଲେ । ଆତଙ୍କୀଙ୍କ ଏହି ଆକ୍ରମଣ ପରେ ଚୁପ୍‌ ବସିନଥିଲା ଭାରତ । ରକ୍ତର ଜବାବ ରକ୍ତରେ ଦେବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ । ସରକାର ଯବାନଙ୍କୁ ହ୍ୟାଣ୍ଡ ଫ୍ରି ମଧ୍ୟ କରିଦେଇଥିଲେ ।

କିପରି ହୋଇଥିଲା ଯୋଜନା ?

୨୭ ତାରିଖ ରାତି ପ୍ରାୟ ୧୦ଟା ପରେ ଆରମ୍ଭ ହୋଇଥିଲା ମିଶନ । ଏହାପୂର୍ବରୁ ଗତ ୨୪ ତାରିଖ ରାତିରୁ ହିଁ ଯବାନ ମାନେ ରଣନୀତି ପ୍ରସ୍ତୁତ କରିଥିଲେ । ଏହାପରେ ୨୮-୨୯ ମଧ୍ୟ ରାତ୍ରିରେ ଭାରତର କମାଣ୍ଡୋ ମାନେ ଆତଙ୍କୀ ଶିବିରକୁ କରିଥିଲେ ହମଲା । ଆତଙ୍କୀଙ୍କୁ ଦେଇଥିଲେ କଡା ଜବାବ । ପ୍ରାୟ ୨ ରୁ ୩ ଘଣ୍ଟା ଧରି ଚାଲିଥିଲା ଷ୍ଟ୍ରାଇକ ।

ଆଜି ଏହି ସର୍ଜିକାଲ ଷ୍ଟ୍ରାଇକକୁ ପୂରିଛି ୫ ବର୍ଷ । ଆଜିର ଦିନରେ କେବଳ ପାକିସ୍ତାନ ନୁହେଁ ସମଗ୍ର ବିଶ୍ବ ଦେଖିଥିଲା ଭାରତୀୟ ଯବାନଙ୍କ ପରାକ୍ରମ । ଆଜିବି ସର୍ଜିକାଲ ଷ୍ଟ୍ରାଇକ କଥା ଭାବିଲେ ଭୟରେ ଥରି ଉଠେ ପାକିସ୍ତାନର ଛାତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 29, 2021, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.