ETV Bharat / bharat

ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର 5 ମୃତ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ - ବିହାର କିଶାନଗଞ୍ଜ ଜିଲ୍ଲା

ବିହାର କିଶାନଗଞ୍ଜ ଜିଲ୍ଲାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ରବିବାର ବିଳମ୍ବିତ ରାତିରେ ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର 5 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର 5 ମୃତ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

author img

By

Published : Mar 15, 2021, 12:39 PM IST

ପାଟଣା: ବିହାର କିଶାନଗଞ୍ଜ ଜିଲ୍ଲାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ରବିବାର ବିଳମ୍ବିତ ରାତିରେ ନିଆଁରେ ପୋଡ଼ି ହୋଇ କିଶାନଗଞ୍ଜ ସଲାମ କଲୋନୀରେ ରହୁଥିବା ଗୋଟିଏ ପରିବାରର 5 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ସମେତ 4 ଛୋଟ ପିଲା ଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ଆଖପାଖ 4ଟି ଘର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଅନେକ ଧନସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି ।

ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏସଡିଓ ଶାହନାୱାଜ ଅଖତର ନିୟାଜୀ ମୃତକଙ୍କ ପରିବାରକୁ ଚାରି-ଚାରି ଲକ୍ଷ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.