ETV Bharat / bharat

ପୁଣି ଥରିଲା ଜମ୍ମୁ-କାଶ୍ମୀର, ୨୪ ଘଣ୍ଟାରେ ୫ ଥର ଭୂମିକମ୍ପ

author img

By

Published : Jun 18, 2023, 7:19 AM IST

ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର । ୨୪ ଘଣ୍ଟାରେ ଅନୁଭୂତ ହେଲାଣି ୫ ଥର ଭୂମିକମ୍ପ । ଅଧିକ ପଢନ୍ତୁ

ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର
ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ଶ୍ରୀନଗର: ପୁଣିଥରେ ଦୋହଲିଲା ଜମ୍ମୁ-କାଶ୍ମୀର । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫ ଥର ଭୂମିକମ୍ପ ହେଲାଣି । କେବଳ ଆଜି (ରବିବାର) ମଧ୍ୟରାତ୍ରିରୁ ଦୁଇ ଥର ଭୂମିକମ୍ପ ଝଟକା ଲାଗିଲାଣି । ପ୍ରଥମେ ରାତି ପ୍ରାୟ ୨ଟା ୧୬ ମିନିଟ୍ ସମୟରେ ଜମ୍ମୁ-କାଶ୍ମୀରର ଲଦାଖରେ ୪.୧ ତୀବ୍ରତାର ଭୂମିକମ୍ପ ସଂଗଠିତ ହୋଇଥିଲା । ଏହାର ଗଭୀରତା ଭୂପୃଷ୍ଠରୁ ୧୦ କିମି ଦୂର ରହିଥିଲା । ଏହି ଭୂକମ୍ପକୁ କେଇ ମିନିଟ୍ ନପୁରୁଣୁ ପୁଣି କର୍ତାରରେ ଝଟକା ଅନୁଭୂତ ହୋଇଛି । ଆଜି ଭୋର୍ ପ୍ରାୟ ୩ଟା ୫୦ ମିନିଟ୍ ସମୟରେ କର୍ତାରରେ ଭୂକମ୍ପ ସଂଗଠିତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ତେବେ ଭୂକମ୍ପ ନେଇ କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଜମ୍ମୁ କାଶ୍ମୀରରେ ୫ ଥର ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି । ପ୍ରଥମେ ଶନିବାର ଅପରାହ୍ନ ୨ଟା ୩ ମିନିଟ୍‌ରେ କେନ୍ଦ୍ରଶାସିତ ଅଞ୍ଚଳର ରମ୍ବନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାପରେ ରାତିରେ ଲଦାଖ ଓ ଦୋଦାରେ ଭୂକମ୍ପ ହୋଇଥିଲା । ରାତି ପ୍ରାୟ ୯ଟା ୪୪ ମିନିଟ୍ ସମୟରେ ଲଦାଖରେ ୪.୫ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ଏହାର ୧୦ ମିନିଟ ପରେ ଦୋଦାରେ ୪.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ସିକ୍କିମରେ ଭୂସ୍ଖଳନ: ଯୋଗାଯୋଗ ବାଧାପ୍ରାପ୍ତ, 3500 ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ରବିବାର ମଧ୍ୟରାତ୍ରିରେ ଆଉଥରେ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର କିଛି ସମୟ ପରେ ଥରିଥିଲା କର୍ତାର । ତେବେ ଭୂମିକମ୍ପ ଯୋଗୁଁ ଜମ୍ମୁ କାଶ୍ମୀରରେ କୌଣସି ମୃତାହତ ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ରାତିରେ ଲୋକମାନେ ଶୋଇଥିବା ବେଳେ ହଠାତ୍ ଘର ଜିନିଷପତ୍ର ଦୋହଲିବାକୁ ଲାଗିଥିଲା । ଏହାପରେ ସମସ୍ତେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ପ୍ରକାଶଥାଉ କି, ଗତ ମଙ୍ଗଳବାର ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ପଞ୍ଜାବ, ଚଣ୍ଡିଗଡ, ଜମ୍ମୁ କାଶ୍ମୀରରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରେକର୍ଡ କରାଯାଇଥିଲା । ଏଥିରେ କେଉଁଠି କୌଣସି କ୍ଷୟକ୍ଷତି ହୋଇନଥିଲା ।

ଏହାମଧ୍ୟ ପଢନ୍ତୁ: ତାଣ୍ଡବ ରଚୁଥିଲା ବିପର୍ଯ୍ୟୟ ଶୁଭିଥିଲା କୁଆଁ କୁଆଁ, ବାତ୍ୟା ସମୟରେ ଜନ୍ମ ନେଲେ 707 ଶିଶୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.