ETV Bharat / bharat

ମହାରାଷ୍ଟ୍ରରେ 5 ଜିଲ୍ଲା ଲକଡାଉନ, ବିବାହ ପାଇଁ 25 ଜଣଙ୍କୁ ଅନୁମତି - କୋରୋନା ଭାଇରସ ମୁଖ୍ୟ ଖବର

ମହାରାଷ୍ଟ୍ରରେ କୋରୋନା ଭାଇରସର ପ୍ରକୋପ ବୃଦ୍ଧିକୁ ଦେଖି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ମହାରାଷ୍ଟ୍ରରେ ଆସନ୍ତା 7 ଦିନ ପାଇଁ ରାଜ୍ୟର 5 ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ସେପଟେ ପୁନେରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

5 District lockdown in maharasthara
ମହାରାଷ୍ଟ୍ରରେ 5 ଜିଲ୍ଲା ଲକଡାଉନ,ବିବାହ କାର୍ଯ୍ୟ ପାଇଁ 25 ଜଣଙ୍କୁ ଅନୁମତି
author img

By

Published : Feb 21, 2021, 8:02 PM IST

ମୁମ୍ବାଇ: ମହାରାଷ୍ଟ୍ରରେ 5 ଜିଲ୍ଲା 7 ଦିନ ଲକଡାଉନ । ମହାରାଷ୍ଟ୍ରରେ କୋରୋନା ଭାଇରସର ପ୍ରକୋପ ବୃଦ୍ଧିକୁ ଦେଖି ଜିଲ୍ଲା ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । ରାଜ୍ୟର କେତେକ ଞ୍ଚଳରେ କୋରୋନାର ପ୍ରକୋପ ବୃଦ୍ଧି ପାଉଥିବାରୁ ଆଗାମୀ 7 ଦନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ସୂଚନା ଅନୁସାରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ତଥା ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ କେବଳ ସକାଳ 9 ରୁ 5 ଟା ପର୍ଯ୍ୟନ୍ତ ଖୋଲା ରହିବ ।

ମହାରାଷ୍ଟ୍ରର ଆମରାବତୀ ଅଞ୍ଚଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଆସନ୍ତା 7 ଦିନ ପାଇଁ ରାଜ୍ୟର ପାଞ୍ଚ ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ହୋଇଥିବା ଜିଲ୍ଲା ଗୁଡିକ ହେଲା ଆମରାବତୀ, ଅକୋଲା, ବୁଲଧାନା, ବାସିମ ଓ ୟବତମାଲା ଜିଲ୍ଲାକୁ ପ୍ରଶାସନ ପକ୍ଷରୁ ଲକଡାଉନ ଘୋଷଣା କରାଯାଇଛି । ଏହା ଆସନ୍ତା 1 ମାର୍ଚ୍ଚ ପର୍ଯ୍ୟନ୍ତ ବଳବତ୍ତର ରହିବ ।

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃ୍ଦ୍ଧିକୁ ଦେଖି ସରକାର ବିବାହ କାର୍ଯ୍ୟରେ 25 ଜଣଙ୍କୁ ସାମିଲ ପାଇଁ ଅନୁମତି ଦେଇଛନ୍ତି । ଏହା ସହ ଘରୋଇ ଅନୁଷ୍ଠାନରେ 15 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସମସ୍ତ ସ୍କୁଲ କଲେଜ ଗୁଡିକୁ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ସେପଟେ ପୁନେ ସହରରେ ମହାରାଷ୍ଟ୍ର ସରକାର ରାତ୍ର କର୍ଫ୍ୟୁ ଘୋଷଣା କରିଛନ୍ତି । ରାତି 11 ଟାରୁ ସକାଳ 6 ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି । ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଅନୁମତି ଦିଆଯିବ ବୋଲି କହିଛନ୍ତି ।

ସୂଚନା ଥାଉକି ଗତକିଛି ଦିନ ହେଲା କୋରୋନାର ନୂଆ ଷ୍ଟ୍ରେନ ଦକ୍ଷିଣ ଆଫ୍ରିକାରୁ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ସମସ୍ତଙ୍କୁ କୋରୋନା ଭାଇରସ ନେଇ ସଚେତନତା ଜାରି କରିଛନ୍ତି । ଲୋକଙ୍କୁ ମାସ୍କ ସାନିଟାଇଜର ସହ ସାମାଜିକ ଦୂରତାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.