ETV Bharat / bharat

ଭୟାବହ ଅଗ୍ନିକାଣ୍ଡ; ଚାଲିଗଲା ଗୋଟିଏ ପରିବାରର 5 ଜୀବନ

ପଶ୍ଚିମବଙ୍ଗ ଉତ୍ତର ଦିନାଜପୁରର ଜିଲ୍ଲା ହେମତାବାଦରେ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

ଭୟାବୟ ଅଗ୍ନିକାଣ୍ଡ
ଭୟାବୟ ଅଗ୍ନିକାଣ୍ଡ
author img

By

Published : May 16, 2021, 8:18 AM IST

କୋଲକାତା: ପଶ୍ଚିମବଙ୍ଗ ଉତ୍ତର ଦିନାଜପୁରର ଜିଲ୍ଲା ହେମତାବାଦରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳି ଗୋଟିଏ ପରିବାରର ପାଞ୍ଚଜଣଙ୍କ ଜୀବନ ଯାଇଛି ।

ସୂଚନାଅନୁସାରେ ରାମ ଭୌମିକ (40) ନାମକ ଜଣେ ବ୍ୟକ୍ତି ଯିଏକି ଜଣେ ଡ୍ରାଇଭର । ରାମ ତାଙ୍କ ଘରେ କିରୋସିନ ନେଇ କିଛି କାର୍ଯ୍ୟ କରୁଥିବା ସମୟରେ ଅସାବଧାନତାବସତଃ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ରାମଙ୍କ ସ୍ତ୍ରୀ ଶଙ୍କାରୀ (32) ସହିତ ତାଙ୍କ ତିନି ଝିଅ ପରମା (8),ସରସ୍ବତୀ (4) ଓ ରାନି(12)ଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ଲୋକ ଝିଅ ରାନିକୁ ଉଦ୍ଧାର କରି ରାଇଙ୍ଗଜ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ରାନିକୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ହେମତାବାଦ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଅରବିନ୍ଦ ମୀନା ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ଏକ ଦୁର୍ଭାଗ୍ୟବଶତ ଦୁର୍ଘଟଣା । ଗରିବଙ୍କୁ ସହାୟତା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଏହି ଘଟଣାରେ ରାନ ଭୌମିକ ଏପରି କାହିଁକି କଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଜିଲ୍ଲାପାଳ ଅରବିନ୍ଦ ମୀନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.