ETV Bharat / bharat

ମାଉରେ ଓଲଟିଲା କାର, ଲିଭିଗଲା 5 ଜୀବନ ଦୀପ

କାର ଓଲଟି ୫ ମୃତ,2 ଆହତ । ପୋଲିସର ତଦନ୍ତ ଜାରି । ଉତ୍ତରପ୍ରଦେଶରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ...

author img

By

Published : Aug 8, 2021, 11:07 AM IST

5 dead, 2 injured in mishap in UP's Mau
ମାଉରେ ଓଲଟିଲା କାର, ଗଲା ୫ ଜୀବନ

ଲକ୍ଷ୍ନୌ: ଚାହୁଁ ଚାହୁଁ ଚାଲିଗଲା ୫ ଜୀବନ । ଆଉ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି ୨ ଜଣ । ଏଭଳି ଏକ ଅଘଟଣ ଘଟିଛି ଉତ୍ତରପ୍ରଦେଶର ମାଉରେ । ୨ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଛତିଶଗଡରୁ ଅଭିମୁଖେ ଏକ କାରର ଗୋଟିଏ ପରିବାରର ୭ ଜଣ ଉତ୍ତର ପ୍ରଦେଶର ଗୋରଖପୁରକୁ କୈଣସି ଏକ କାମ ପାଇଁ ଯାତ୍ରା କରୁଥିଲେ । ହେଲେ ଉତ୍ତର ପ୍ରଦେଶର ମାଉରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ମଡିକାଲରେ ଭର୍ତ୍ତି କରିଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.