ETV Bharat / bharat

ବସ୍ତିପିଲାଙ୍କୁ ପାଠ ପଢାଇ ଚର୍ଚ୍ଚାରେ ପାଞ୍ଚ ଭାଇଭଉଣୀ

ଶିକ୍ଷାଦାନ ଠୁ ଭଳି ବଡ଼ ଦାନ ବୋଧ ହୁଏ କିଛ ନାହିଁ । ଶିକ୍ଷା ହେଉଛି ମାନବ ଜୀବନର ଏକ ଅଭିନ୍ନ ଅଙ୍ଗ । ଏହାକୁ ହୃଦବୋଧ କରି ଅଗରାତାଲା ଫୁଟପାଥରେ ରହୁଥିବା ପିଲାଙ୍କୁ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି 5 ଭାଇଭଉଣୀ । ସ୍ଥାନୀୟ ପୋଲିସ ମଧ୍ୟ ସେମାନଙ୍କୁ ଦେଉଛି ସୁରକ୍ଷା ଓ ସହାୟତା । ଦେଖନ୍ତୁ...

author img

By

Published : Jul 4, 2021, 10:15 PM IST

ବସ୍ତିପିଲାଙ୍କୁ ପାଠ ପଢାଇ ଚର୍ଚ୍ଚାରେ ପାଞ୍ଚ ଭାଇଭଉଣୀ
ବସ୍ତିପିଲାଙ୍କୁ ପାଠ ପଢାଇ ଚର୍ଚ୍ଚାରେ ପାଞ୍ଚ ଭାଇଭଉଣୀ

ଅଗରତାଲା: ଜଣେ ବ୍ୟକ୍ତି ଚିନ୍ତାଧାରାକୁ ବିକଶିତ କରିବାକୁ ସାହାଯ୍ୟ କରେ ଶିକ୍ଷା । ମାନବ ଜାତୀର ଭବିଶ୍ୟତ ଉପଯୁ୍କ୍ତ ଶିକ୍ଷା ଉପରେ ନିର୍ଭରଶୀଳ । କାଲି ପର୍ଯ୍ୟନ୍ତ ତ୍ରୀପୁରା ରାଜଧାନୀର ଗଳିରେ ରହୁଥିବା ଛୋଟପିଲାଙ୍କ ଶିକ୍ଷାକୁ ନେଇ ନଥିଲା କୌଣସି ଧାରଣା । ଲେଖିବା କଥା ଛାଡ଼ନ୍ତୁ ପେନସିଲକୁ କିଭଳି ଭାବରେ ଧରାଯାଏ ତାହା ମଧ୍ୟ ଜାଣିନଥିଲେ କୋମଳମତି ବାଳକ । ଆଜି ହ୍ବାଇଟ୍ ବୋର୍ଡ କିଛି ଲେଖିବାକୁ ପ୍ରୟାସ ଜାରି ରଖିଛି । ତ୍ରିପୁରା ରାଜଧାନୀ ଅଗରତାଲାରେ ପ୍ରତ୍ୟେକ ଗଳିରେ ଏଭଳି ପିଲା ଆପଣଙ୍କୁ ମଳିଯିବେ ଯେଉଁମାନେ କେବେ ସ୍କୁଲ ପାହାଚ ମାଡ଼ି ନାହାନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ପିଲା ବାଳଶ୍ରମିକ ଭାବରେ ଖଟୁଛନ୍ତି । ମିଳୁଥିବା ଟଙ୍କା ଗଣିବାକୁ ମଧ୍ୟ ସେମାନେ ଅକ୍ଷମ ।

କିନ୍ତୁ ଆଉ ନୁହେଁ, ଅଗରତାଲା ଗଳିରେ ରହୁଥିବା ଏହି ଛୋଟପିଲାଙ୍କୁ ଅନ୍ଧାରରୁ ଶିକ୍ଷାର ଆଲୋକ ଦେଖାଇବାକୁ ଅଣ୍ଟା ଭିଡ଼ିଛନ୍ତି, ଗୋଟିଏ ପରିବାରର ପାଞ୍ଚ ଭାଇଭଉଣୀ । ଏହି ପାଞ୍ଚ ଭାଇଭଉଣୀ ଜୁନ 16 ତାରିଖରୁ ତ୍ରିପୁରା ରାଜଧାନୀର ଫୁଟପାଥରେ ରହୁଥିବା ଛୋଟପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି । ଅଗରତାଲାର ବଟାଲା ଅଞ୍ଚଳରେ ଥିବା ଏକ ଫ୍ଲାଇ ଓଭର ତଳେ ଏମାନେ ଦେଉଛନ୍ତି ମୌଳିକ ଶିକ୍ଷା ।

କିଛି ବେସରକାରୀ ସଂସ୍ଥା ରାସ୍ତାକଡ଼ରେ ରହୁଥିବା ପିଲାଙ୍କୁ ଖାଇବାକୁ ଦେଉଛନ୍ତି । କିନ୍ତୁ ସେମାନେ ଶିକ୍ଷା ଗ୍ରହଣ କଲା ଭଳି କୌଣସି ସାଧନ ମିଳୁନାହିଁ । ଏଥିପାଇଁ 5 ଭାଇଭଉଣୀ ସେମାନଙ୍କୁ ଶିକ୍ଷା ଦେବାକୁ ସ୍ଥିର କରିଛନ୍ତି । ପ୍ରଥମେ ସେମାନଙ୍କୁ ମୌଳିକ ଶିକ୍ଷା ଦିଆଯାଉଛି ।

ରାସ୍ତକଡ଼ରେ ଜୀବନ ବିତାଉଥିବା ଏହି ପିଲାମାନେ ମୌଳିକ ଶିକ୍ଷା ନେଇ ସ୍ବାକ୍ଷର ହେବାକୁ ହେଉଛନ୍ତି ପ୍ରସ୍ତୁତ । ନିକଟରେ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିବା ଜୟନ୍ତ ମଜୁମଦାର ଏହି ପିଲାଙ୍କ ମାନଙ୍କ ଅଭିଭାବକ ମାନଙ୍କ କଥା ହୋଇଥିଲେ । ଯେଉଁଠି ତାଙ୍କୁ ମିଳିଥିଲା ସକରାତ୍ମକ ପ୍ରତିକ୍ରିୟା । ଏହାପରେ ପ୍ରତ୍ୟେକ ବାପାମାଆ ନିଜ ପିଲାମାନଙ୍କୁ ସେମାନଙ୍କ ନିକଟକୁ ପାଠ ପଢ଼ାଇବାକୁ ପଠାଉଛନ୍ତି ।

ବର୍ତ୍ତମାନ ସୁଦ୍ଧା 7ରୁ 8 ଜଣ ଛାତ୍ର ସେମାନଙ୍କ ପାଖକୁ ପାଠ ପଢ଼ିବାକୁ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣ ଛାତ୍ରଙ୍କ ବାଳଗୃହରେ ରହିବାକୁ ମଞ୍ଜୁରୀ ମିଳିଛି । ସେମାନେ ସେଠାରେ ହିଁ ଶିକ୍ଷା ନେବେ । ସେମାନଙ୍କ ମଧ୍ୟରେ ଅନିନ୍ଦିତା ସେନ ଜଣେ ଗୃହିଣୀ ହୋଇଥିବା ସତ୍ତ୍ବେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ସେମାନଙ୍କ ଲକ୍ଷ୍ୟ ହେଉଛି ରାସ୍ତାକଡ଼ରେ ରହୁଥିବା ପିଲାଙ୍କୁ ଶିକ୍ଷା ଦେବା ଓ ସେମାନଙ୍କ ଜୀବନ ସେମାନଙ୍କ ବାପା ଓ ମାଆଙ୍କଠାରୁ ଉନ୍ନତ କରିବା ।

ପାଞ୍ଚ ଭାଇଭଉଣୀ ରାସ୍ତାକଡ଼ରେ ରହୁଥିବା ପିଲାଙ୍କୁ ପାଠ ପଢ଼ିବାକୁ ପ୍ରୋତ୍ସାହିତ କରୁଛନ୍ତି । ଯାହା ଦ୍ବାରା ସେମାନଙ୍କ ଭବିଶ୍ୟତ ସୁରକ୍ଷିତ ହୋଇ ପାରିବ । ସ୍ଥାନୀ ପୋଲିସ ମଧ୍ୟ ଏହି ଭାଇଭଉଣୀଙ୍କୁ ସହାୟତା କରୁଛି । ବେଳେବେଳେ ପିଲାଙ୍କୁ ପାଠ ପଢ଼ିବାକୁ ଡାକିଲେ ସେମାନଙ୍କ ବାପାମାଆ ବିରୋଧ କରନ୍ତି । ଏଥିପାଇଁ ପୋଲିସର ଏମାନଙ୍କୁ ସମସ୍ତ ପ୍ରକାର ସହାୟତା କରୁଛି ।

ଅଗରତାଲାର ପାଞ୍ଚ ଭାଇ ଭଉଣୀଙ୍କ ରହିଛି ବିବିଧ ପୃଷ୍ଠଭୁମି । ସେମାନଙ୍କ ମଧ୍ୟରେ କିଛି ନିଜର ଡ୍ରିଗ୍ରୀ ପୂରଣ କରିଥିବା ବେଳେ କିଛି ଗବେଷଣା କରୁଛନ୍ତି । ସେ ଯାହା ବି କରନ୍ତୁ... କିନ୍ତୁ ସେମାନେ ନିଜେ ପାଇଥିବା ଶିକ୍ଷାର ଉଚିତ ଉପଯୋଗ କରୁଛନ୍ତି । ଅଗରତାଲାର ଗଳିରେ ରହୁଥିବା ପିଲାଙ୍କ ପାଇଁ ଏମାନେ ନୂଆ ଆଶାର ଆଲୋକ ସାଜିଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.