ମୁମ୍ବାଇ: ମାୟାନଗରୀ ମୁମ୍ବାଇ ସହରରେ ବିପଦସଂକୁଳ ଅବସ୍ଥାରେ 485 ବିଲଡିଂ । ଏନେଇ ମୁମ୍ବାଇ କର୍ପୋରେସନ ନୋଟିସ ଜାରି କରିଛି । ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ସହ ନିରାପଦ ସ୍ଥାନକୁ ଯିବା ପାଇଁ ବିଏମସି ସତର୍କ କରାଇଛି ।
ମୌସୁମୀ ବର୍ଷାର ଆଗମନ ପୂର୍ବରୁ ପ୍ରତି ବର୍ଷ ମୁମ୍ବାଇ ବିଏମସି ପକ୍ଷରୁ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଲଡିଂ ଗୁଡିକର ସୂଚନା ଜାରି କରାଯାଇଥାଏ । ଏନେଇ ଚଳିତ ବର୍ଷ ମଧ୍ୟ ବିଏମସି ପକ୍ଷରୁ 485 ବିଲଡିଂ ବିପୁଦ ସଂକୁଳ ଅବସ୍ଥାରେ ଥିବା ଜଣାପଡିଛି । ମୁମ୍ବାଇ ସହରର ବିଭିନ୍ନ ସ୍ଥାନରେ ଥିବା ମୋଟ 485 ବିଲଡିଂ ମଧ୍ୟରୁ 424 ବିଲଡିଂ ବେସରକାରୀ ରହିଥିବାବେଳେ 27 ଟି ସରକାରୀ ବିଲଡିଂ ଏବଂ ବିଏମସିର 34 ଟି ବିଲଡିଂ ରହିଛି । ତେବେ 2019ରେ ମୁମ୍ବାଇ ସହରରେ 499 ବିଲଡିଂକୁ ନୋଟିସ ଜାରି କରାଯାଇ ଥିବାବେଳେ 2020ରେ 443 ବିଲଡିଂକୁ ନୋଟିସ ଜାରି କରାଯାଇଥିଲା ।
ସୂଚନାଥାଉକି ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାରେ ବିଲଡିଂ ଗୁଡିକ ଭୁଷୁ଼ଡି ଲୋକେ ମୃତ୍ୟୁମୁଖରୁ ପଡୁଛନ୍ତି । ଏହାକୁ ନଜରରେ ରଖି ମୁମ୍ବାଇ କର୍ପୋରେସନ ପକ୍ଷରୁ ଜରାଜୀର୍ଣ୍ଣ ଅବସ୍ଥାରେ ବସବାସ କରୁଥିବା ବିଲଡିଂ ଲୋକଙ୍କୁ ସଚେତନ କରାଯାଉଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ