ETV Bharat / bharat

ଆଜି ବସିବ GST ପରିଷଦ ବୈଠକ

author img

By

Published : Dec 30, 2021, 2:02 PM IST

Updated : Dec 31, 2021, 6:38 AM IST

ଆଜି (ଶୁକ୍ରବାର) ବସିବ ୪୬ତମ ଜିଏସଟି ପରିଷଦ ବୈଠକ (Goods and Service Tax Council meet) । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ସନ୍ତାକାଲି ବସିବ GST ପରିଷଦ ବୈଠକ
ସନ୍ତାକାଲି ବସିବ GST ପରିଷଦ ବୈଠକ

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ବସିବ ୪୬ତମ ଜିଏସଟି ପରିଷଦ ବୈଠକ (Goods and Service Tax Council meet) । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ରାଜ୍ୟମନ୍ତ୍ରୀ କମିଟି ରିପୋର୍ଟ ଏବଂ ଟିକସ ହାର ହ୍ରାସ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି ।

ବୈଠକରେ ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ଉପସ୍ଥିତ ରହିବେ । କେତେକ ସାମଗ୍ରୀ ଉପରେ ଟିକସ ହାର କମାଇବା ନେଇ ବିଚାର ବିମର୍ଷ ହେବ । ବର୍ତ୍ତମାନ ଜିଏସଟିରେ ୫% ୧୨% ୧୮% ଓ ୨୮% ଭଳି ଟିକସ ସ୍ଲାବ ରଖାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀକୁ ଟିକସ ପରିସରରୁ ବାଦ ରଖାଯାଇଛି । ଟିକସ ହାର ପରିବର୍ତ୍ତନ ହେଲେ ରାଜସ୍ବ ଉପରେ କିଛିଟା ପ୍ରଭାବ ପଡିବ । ତେବେ ଛାଡ ପାଇଥିବା କିଛି ଉତ୍ପାଦ ପୁଣି ଥରେ ଟିକସ ପରିସରଭୁକ୍ତ ହେବ ବୋଲି ବିଚାର କରାଯିବ ।

ସରକାର ବୟନ ଉତ୍ପାଦନ ଉପରେ ଟିକସ ୫ରୁ ୧୨%କୁ ବଢାଇଛନ୍ତି । ଫଳରେ ୧ ଲକ୍ଷ କ୍ଷୁଦ୍ର ଶିଳ୍ପ ୟୁନିଟର କାରବାର ବନ୍ଦ ଓ ୧୫ ଲକ୍ଷ ନିଯୁକ୍ତି ହ୍ରାସ ଆଶଙ୍କା ରହିଛି । ସରାକାର ଏ ନିଷ୍ପତ୍ତିକୁ ବଦଳାଇବାରୁ ଦାବି ହୋଇଛି । ଅନେକ ଶିଳ୍ପ ଓ ଗୋଷ୍ଠୀ ମଧ୍ୟ ପାଞ୍ଚ ପ୍ରତିଶତରୁ ଟିକସ ବୃଦ୍ଧିକୁ ବିରୋଧ କରିଛନ୍ତି । ଅତ୍ୟଧିକ ଅନୁପାଳନ ଶିଳ୍ପ ଉପରେ ଚାପ ପକାଉଛି ।

Last Updated : Dec 31, 2021, 6:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.