ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜାରି ରହିଛି ଲାଉଡସ୍ପିକର ହଟାଅ ଅଭିଯାନ । ପାଖାପାଖି ୪୬୦୦୦ ହଜାର ଲାଉଡ ସ୍ପିକରକୁ ବିଭିନ୍ନ ଧାର୍ମିକ ସ୍ଥଳରୁ ହଟାଇ ଦିଆଯାଇଛି । ଏହାସହ 59,000 ହଜାର ଲାଉଡସ୍ପିକରର ଶବ୍ଦ(volume) କମ୍ କରାଯାଇଛି । ଧାର୍ମିକ ସ୍ଥଳରେ ଲାଉଡ ସ୍ପିକର ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଏକ ଡ୍ରାଇଭ ଆରମ୍ଭ ହୋଇଛି । ଯେଉଁ ଲାଉଡସ୍ପିକର ଗୁଡିକ ହଟାଯାଇଛି । ସେଗୁଡିକ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ନଥିଲା । ଏନେଇ ୟୁପିର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି ।
ଏପ୍ରିଲ 25 ରୁ ଆରମ୍ଭ ହୋଇଥିବା ଏହି ଡ୍ରାଇଭରେ ସମୁଦାୟ 45,733 ଲାଉଡ ସ୍ପିକର ହଟାଇ ଦିଆଯାଇଛି । ଧାର୍ମିକ ସ୍ଥଳଗୁଡିକରେ ଅବୈଧ ରୂପେ ଲାଗିଥିବା ଲାଉଡସ୍ପିକର ହଟାଇବା ଏବଂ ଏହାର ଶବ୍ଦ କମ୍ କରିବା ନେଇ ଏହି ଅଭିଯାନ ଚାଲିଛି । ଶନିବାର ସକାଳ ପର୍ଯ୍ୟନ୍ତ 58,861 ଅନୁମତି ପ୍ରାପ୍ତ ଲାଉଡସ୍ପିକରର ଶବ୍ଦ(volume) କମ୍ କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନିଶ ଅବସ୍ତି(Additional Chief Secretary Awanish Awasthi ) କହିଛନ୍ତି ଯେ ‘‘ରାଜ୍ୟ ସରକାର ଏପ୍ରିଲ 30 ପର୍ଯ୍ୟନ୍ତ ଏହି ଡ୍ରାଇଭରେ ଜିଲ୍ଲା ମୁଖ୍ୟଙ୍କ ଠାରୁ ଅନୁପାଳନ ରିପୋର୍ଟ ମାଗିଛନ୍ତି । ଆଗାମୀ ଦିନରେ ଏହା ଜାରି ରହିବ । ଜିଲ୍ଲା ପ୍ରଶାସନ ଠାରୁ ଅନୁମୋଦିତ ହୋଇଥିବା ଲାଉଡ ସ୍ପିକର ଗୁଡିକ ବାଜିବ । ତାହା ପୁଣି କମ ଶବ୍ଦରେ ’’ ।
ତେବେ, ଲାଉଡ ସ୍ପିକର ବିବାଦ ଏବେ ହାଇକୋର୍ଟରେ ବିଚାରଧିନ ରହିଛି । ଧାର୍ମିକ ସ୍ଥଳ ଗୁଡିକରେ ମାଇକ୍ରୋଫୋନର ବ୍ୟବହାର କରାଯାଇ ପାରିବ । କିନ୍ତୁ ଶବ୍ଦ ଯେପରି ବାହାରକୁ ନ ଯାଏ । କି କୈଣସି ଲୋକ ଏଥିରେ ପ୍ରଭାବିତ ନ ହୁଅନ୍ତୁ । ଆଗକୁ ଇଦ ପର୍ବ ଆସୁଛି । ଏନେଇ ଧାର୍ମିକ ଗୁରୁ ମାନଙ୍କ ସହ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏ ନେଇ ଆଲୋଚନା କରିବେ ।