ETV Bharat / bharat

କମୁଛି କୋରୋନା ସଂକ୍ରମଣ: ଦେଶରେ ଦିନକରେ 45,674 ଆକ୍ରାନ୍ତ ଚିହ୍ନଟ, 559 ମୃତ - ଭାରତ କୋରୋନା ଖବର

ଭାରତରେ ପୂର୍ବ ଅପେକ୍ଷା ସୁଧୁରୁଛି କୋରୋନା ସ୍ଥିତି । କମୁଛି ମୃତ୍ୟୁ ସଂଖ୍ୟା । ଡିସେମ୍ବରରୁ ବଢିବ କୋରୋନାର ପ୍ରକୋପ । ଅଧିକ ପଢନ୍ତୁ...

24 ଘଣ୍ଟାରେ ଦେଶରେ 45,674 କୋରୋନା ପଜିଟିଭ ରିପୋର୍ଟ, 559 ମୃତ

author img

By

Published : Nov 8, 2020, 10:29 AM IST

ନୂଆଦିଲ୍ଲୀ: କୋରୋନା ମାଡରେ ଘାଇଲା ସମଗ୍ର ବିଶ୍ବ । ସେଥିମଧ୍ୟରୁ ପ୍ରଥମେ ଆମେରିକା ପରେ ଦ୍ବିତୀୟରେ ଭାରତ ରହିଛି । ତେବେ ବର୍ତ୍ତମାନ ଦୈନିକ ରିପୋର୍ଟ ଅନୁସାରେ ସବୁଠୁ ଅତ୍ୟଧିକ ସଂକ୍ରମଣ ସଂଖ୍ୟା ଭାରତରେ ରହିଛି । ଯେଉଁଠି ପ୍ରତ୍ୟେକ ଦିନ 40 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ସଂଖ୍ୟା ରିପୋର୍ଟ ହେଉଛି । ସେହିପରି ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଥିବାବେଳେ, ଡିସେମ୍ବରରୁ କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 45 ହଜାର 674ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଥିବାବେଳେ, ଏଥିରେ 559 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ନଭେମ୍ବର 7 ସୁଦ୍ଧା ଦେଶରେ ମୋଟ 85 ଲକ୍ଷ 07 ହଜାର 754ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯେଉଁଥିରେ ମୋଟ 1 ଲକ୍ଷ 26 ହଜାର 121 ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 78 ଲକ୍ଷ 68 ହଜାର 968 ଜଣ ସୁସ୍ଥ ହୋଇଥିବାବେଳେ, 5 ଲକ୍ଷ 12 ହଜାର 665ଟି ମାମଲା ସକ୍ରିୟ ରହିଛି । ତେବେ ଲୋକଙ୍କ ସଚେତନତା ହେତୁ ଏହି ସଂଖ୍ୟାରେ ହ୍ରାସ ଘଟିଥିବା ପରିଲିକ୍ଷିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.