ETV Bharat / bharat

ଦେଶରେ 24 ଘଣ୍ଟାରେ ନୂଆ 45,576 ଆକ୍ରାନ୍ତ ଚିହ୍ନଟ - କୋରୋନା ପଜିଟିଭ ରିପୋର୍ଟ

ଦେଶରେ ଥମିବାର ନାଁ ଧରୁନି ମହାମାରୀ ସଂକ୍ରମଣ । ଆଗକୁ ଶୀତ ବଢିବା ସହ ଏହି ସଂକ୍ରମଣ ଅତ୍ୟଧିକ ମାତ୍ରାରେ ବ୍ୟାପିବାର ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

କୋରୋନା ଅପଡେଟ: 24 ଘଣ୍ଟାରେ 45,576 କୋରୋନା ପଜିଟିଭ ଚିହ୍ନଟ, 585 ମୃତ

author img

By

Published : Nov 19, 2020, 10:36 AM IST

ନୂଆଦିଲ୍ଲୀ: ଦେଶରେ କିଛି ଦିନର ବ୍ୟବଧାନରେ ପୁଣି ଗୋଟିଏ ଦିନରେ 45 ହଜାରରୁ ଉପରେ କୋରୋନା ସଂକ୍ରମଣ ରେକର୍ଡ ହୋଇଛି । ବର୍ତ୍ତମାନ ସମୟରେ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହେଉଥିବାବେଳେ, ଦିଲ୍ଲୀରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସୁଛି ଯାହା ଏବେ ଚିନ୍ତାର କାରଣ ପାଲଟିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, ଗତ 24 ଘଣ୍ଟାରେ 45 ହଜାର 576 ଟି ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 585 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 89 ଲକ୍ଷ 58 ହଜାର 484ରେ ପହଞ୍ଚିଛି । ସେଥିମଧ୍ୟରୁ ମୋଟ 1 ଲକ୍ଷ 31 ହଜାର 578 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ସେହିପରି ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ 83 ଲକ୍ଷ 83 ହଜାର 60 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାବେଳେ, ବର୍ତ୍ତମାନ 4 ଲକ୍ଷ 43 ହଜାର 303 ଜଣ ସଂକ୍ରମିତ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.