ETV Bharat / bharat

ଉଧାର ସୁଝିପାରିଲାନି ପରିବାର, 11ବର୍ଷର ଝିଅକୁ ବିବାହ କଲା 40ବର୍ଷର ଯୁବକ - କରଜ

ପରିବାର ଧାର ଟଙ୍କା ସୁଝି ନପାରିବାରୁ 11ବର୍ଷର ଝିଅକୁ ବିବାହ କରିଛି 40ବର୍ଷର ଯୁବକ । ଏପରି ଘଟଣା ବିହାର ସିୱାନ ଜିଲ୍ଲାରେ ଘଟିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 30, 2023, 6:43 PM IST

ପାଟନା: ପିତାମାତାଙ୍କ କରଜ ପାଇଁ ବଳି ପଡିଲା ଝିଅ । ପରିବାର କରଜ ସୁଝି ନପାରିବାରୁ ଜଣେ 40 ବର୍ଷର ଯୁବକ 11ବର୍ଷର ନାବାଳିକାକୁ ବିବାହ କରିଛି । ଏହି ଯୁବକ ଜଣକ ପୂର୍ବରୁ ବିବାହିତ ଥିବା ବେଳେ ତାର 2ଟି ସନ୍ତାନ ମଧ୍ୟ ରହିଛନ୍ତି । ବିହାର ସିୱାନ ଜିଲ୍ଲାର ମେରବା ଥାନା ଅଞ୍ଚଳରେ ହୋଇଥିବା ଏହି ବିବାହ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପରିବାର ଉକ୍ତ ବ୍ୟକ୍ତିଙ୍କଠାରୁ ପ୍ରାୟ 2 ଲକ୍ଷ ଟଙ୍କା ଋଣ ନେଇଥିବା ଜଣାପଡ଼ିଛି ।

ପୀଡିତା ମହିଳାଙ୍କ କହିବା ଅନୁସାରେ ମେରବା ଥାନା ଅଞ୍ଚଳର ଏକ ଗାଁରେ ତାଙ୍କର ଜଣେ ସମ୍ପର୍କୀୟ ରହୁଥିଲେ। ଏଠାକୁ ତାଙ୍କ ଝିଅ ପ୍ରାୟ ଯିବାଆସିବା କରୁଥିଲେ। ଉକ୍ତ ଗାଁର ଜଣେ ବ୍ୟକ୍ତି ତାଙ୍କୁ କହିଥିଲା ଯେ ସେ ତାଙ୍କ ଝିଅକୁ ପାଖରେ ରଖି ପାଠ ପଢାଇବା ସହିତ ତାର ସବୁ ଖର୍ଚ୍ଚ ଉଠାଇବ । ଏହାପରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଝିଅକୁ ବିବାହ କରିଛି ବୋଲି ଜଣାପଡ଼ିଛି । ମାତ୍ର ମହିଳା ଜଣକ ତାଙ୍କ ଝିଅକୁ ନିଜ ପାଖରେ ଚାହୁଁଥିବା କହିଛନ୍ତି । ସେପଟେ ନାବାଳିକା ଜଣକ କହିଛନ୍ତି ଯେ ତାଙ୍କ ମାଆ ଏହି ବ୍ୟକ୍ତିଙ୍କ ନିକଟରେ ତାଙ୍କୁ ଛାଡ଼ିଥିଲେ । ଉକ୍ତ ବ୍ୟକ୍ତି ଜଣକ ତାଙ୍କ ମାଆକୁ କିଛି ଅର୍ଥ ଋଣ ଆକାରରେ ଦେଇଥିଲା । ହେଲେ କେତେ ଟଙ୍କା ଦେଇଥିଲେ ତାହା ସେ ଜାଣିନଥିବା କହିଛନ୍ତି ।

ଏହା ବି ପଢନ୍ତୁ- ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା ଘଟଣା, ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଭିନ୍ନ ଭିନ୍ନ ମତ ଦେଉଛି ଅଭିଯୁକ୍ତ । କେତେବେଳେ ନାବାଳିକାକୁ ବିବାହ କରି ଭୁଲ୍‌ କରିଛି କହୁଥିବା ବେଳେ ଆଉ କେତେବେଳେ ତାର ପରିବାରକୁ ଧମକ ଦେଉଛନ୍ତି । ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଲେ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବ ବୋଲି ଧମକ ମଧ୍ୟ ଦେଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ଅପରାଧିକ କାର୍ଯ୍ୟରେ ଯୁବକ ଜଣକ ପତ୍ନୀ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି । ଯୁବକ ଜଣକ ତାଙ୍କ ଇଚ୍ଛାରେ ନାବାଳିକାକୁ ବିବାହ କରିଥିବା ସେ କହିଛନ୍ତି । ହେଲେ ନାବାଳିକାର ପରିବାରର କହିବା ଅନୁସାରେ ସେ ଋଣ ସୁଝି ନପାରିବାରୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଝିଅକୁ ବିବାହ କରିଛି । ନାବାଳିକା ଜଣକ ସଂସାର କଣ ଜାଣିନଥିବା ବେଳେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ପିନ୍ଧିଥିବା ଦେଖିବାକୁ ମିଳିଛି ।

ଋଣ ସୁଝି ନପାରିବା ପରେ 11ବର୍ଷର ନାବାଳିକାକୁ 40ବର୍ଷର ଯୁବକ ବିବାହ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଏନେଇ ସ୍ଥାନୀୟ ପ୍ରଶାସନ ଚୁପ୍‌ ରହିଛି । ଏ ସମ୍ପର୍କରେ ଆମ ଗଣମାଧ୍ୟମ ପ୍ରତିନିଧି ଫୋନ୍‌ ଯୋଗେ ମେରବା ଥାନାକୁ ଯୋଗାଯୋଗ କରିଥିବା ବେଳେ ସରକାରୀ ନମ୍ବର ଫୋନ ଲାଗିନଥିବା ବେଳେ ସିୱାନ୍‌ ଏସପି ଶୈଳେଶ କୁମାର ସିହ୍ନା ଧରାଛୁଆଁ ଦେଇନଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.