ETV Bharat / bharat

ବିହାରରେ କୋରୋନା ନେଲାଣି 40 ନର୍ସଙ୍କ ଜୀବନ - ବିହାରରେ 40 ନର୍ସଙ୍କ ମୃତ୍ୟୁ

ଡ୍ୟୁଟି ସମୟରେ ଆବଶ୍ୟକୀୟ ମୌଳିକ ସୁବିଧାର ଅଭାବ ଯୋଗୁଁ ବିହାରର ବର୍ତ୍ତମାନ ସୁଦ୍ଧା 40 ନର୍ସଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ଅଭିଯୋଗ । ଅଧିକ ପଢନ୍ତୁ....

bihar nurses death
bihar nurses death
author img

By

Published : May 13, 2021, 9:44 AM IST

ପାଟନା: କୋରୋନାର ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ସାବ୍ୟସ୍ତ ହୋଇଛି ଦ୍ବିତୀୟ ଲହର । ମୃତ୍ୟୁସଂଖ୍ୟାରେ ଲଗାତାର ଭାବେ ବୃଦ୍ଧି ଘଟୁଛି । ସେହିପରି ଏଯାବତ୍ ବିହାରରେ 40 ଜଣ ନର୍ସଙ୍କ ଜୀବନ ନେଇଛି କିଲର ଭାଇରସ । ତେବେ ଡ୍ୟୁଟି ସମୟରେ ଆବଶ୍ୟକୀୟ ମୌଳିକ ସୁବିଧାର ଅଭାବ ଯୋଗୁଁ ସମ୍ପୃକ୍ତ ନର୍ସମାନେ ପ୍ରାଣ ହରାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ବିହାର ମେଡିକାଲ ଏବଂ ସ୍ବାସ୍ଥ୍ୟ କର୍ମୀ ସଙ୍ଗଠନ ।

ବିହାରର ବିଭିନ୍ନ ହସ୍ପିଟାଲଗୁଡିକରେ କାର୍ଯ୍ୟରତ ଥିବା ନର୍ସମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 40 ଜଣଙ୍କ କୋରୋନା ଜନିତ ମୃତ୍ୟୁ ଘଟିଛି । କୋଭିଡ ପ୍ରୋଟୋକଲ ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗ ତିନୋଟି ସିଫ୍ଟରେ ନର୍ସମାନଙ୍କୁ ନିୟୋଜିତ କରୁଛି । ମାତ୍ର ଦୁର୍ଭାଗ୍ୟବଶତଃ ବିଭାଗ ପକ୍ଷରୁ ଘଣ୍ଟା ଘଣ୍ଟା କାଳ ଡ୍ୟୁଟିରତ ନର୍ସମାନଙ୍କୁ ଉପଯୁକ୍ତ ଆବାସ, ଖାଦ୍ୟ ଭଳି ମୌଳିକ ସୁବିଧା ପ୍ରଦାନ କରାଯାଉନାହିଁ । ଯଦ୍ବାରା ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଁ ମାରାତ୍ମକ କୋରୋନା ଭୂତାଣୁର ଶିକାର ହେଉଛନ୍ତି ଏବଂ ପ୍ରାଣ ହରାଉଛନ୍ତି ବୋଲି ସଙ୍ଗଠନର ସାଧାରଣ ସମ୍ପାଦକ ବିଶ୍ବନାଥ ସିଂହ ଅଭିଯୋଗ କରିଛନ୍ତି । ତେବେ ପାଟନା ଜିଲ୍ଲାରେ ସର୍ବାଧିକ ନର୍ସ ମୃତ୍ୟୁହାର ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ, ବିହାରର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ମହାମାରୀ ସମୟରେ 30 ହଜାର ନର୍ସ ଏବଂ 15 ହଜାର ଏଏନଏମ କର୍ମୀ ଦିନରାତି କାମ କରୁଛନ୍ତି । କୋରୋନାର ଦ୍ବିତୀୟ ଲହର ମଧ୍ୟରେ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା କାରଣରୁ ବହୁସଂଖ୍ୟକ ସ୍ବାସ୍ଥ୍ୟକର୍ମୀ ସଂକ୍ରମଣର ଶିକାର ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.