ETV Bharat / bharat

ବୋରଓ୍ବେଲରେ ଖସିପଡିଲା 4 ବର୍ଷର ଶିଶୁ, 8 ଘଣ୍ଟା ପରେ ଉଦ୍ଧାର କଲା NDRF ଟିମ୍

author img

By

Published : Jun 15, 2021, 11:30 AM IST

ଖେଳୁ ଖେଳୁ ବୋରଓ୍ବେଲରେ ଖସିପଡିଲା ଏକ 4 ବର୍ଷର ଶିଶୁ । 8 ଘଣ୍ଟା ପରେ ଉଦ୍ଧାର କଲା ଆର୍ମି, SDRF, NDRF ଏବଂ ସିଭିଲ ପୋଲିସ । ଅଧିକ ପଢନ୍ତୁ...

ବୋରଓ୍ବେଲରେ ଖସିପଡିଲା  4 ବର୍ଷର ଶିଶୁ, 8 ଘଣ୍ଟା ପରେ ଉଦ୍ଧାର କଲା NDRF ଟିମ୍
ବୋରଓ୍ବେଲରେ ଖସିପଡିଲା 4 ବର୍ଷର ଶିଶୁ, 8 ଘଣ୍ଟା ପରେ ଉଦ୍ଧାର କଲା NDRF ଟିମ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରା ଧରିଆୟ ଗ୍ରାମରେ ଅଭାବନୀୟ ଘଟଣା । ଖେଳୁ ଖେଳୁ ବୋରଓ୍ବେଲରେ ଖସିପଡିଲା ଏକ 4 ବର୍ଷର ଶିଶୁ । ଯାହାର ଲମ୍ବ 150 ଫୁଟ ହେବ ବୋଲି କୁହାଯାଉଛି । ତେବେ ଶିଶୁଟି ବୋରଓ୍ବେଲରେ ପଡିବାର 8 ଘଣ୍ଟା ପରେ ଉଦ୍ଧାର କଲା ଆର୍ମି, SDRF, NDRF ଏବଂ ସିଭିଲ ପୋଲିସ ।

ମିଳିଥିବା ସୂଚନା ଅନୁଯାଇ ସୋମବାର ଦିନ ଧରିଆୟ ଗ୍ରାମରେ ସକାଳ 7ଟା 30 ମିନିଟ ସମୟରେ ଏକ 4 ବର୍ଷର ବାଳକ 150 ଫୁଟ ବୋରଓ୍ବେଲରେ ଖସିପଡିଥିଲା । ତେବେ ବୋରଓ୍ବେଲଟି ଜମି ପାଖରେ ଥିବା ବେଳେ ନିକଟରେ ଶିଶୁଟିର ପରିବାର ଲୋକେ ରୁହନ୍ତି । ସକାଳ ସମୟରେ ଶିଶୁଟି ଖେଳିବା ସମୟରେ ଅସାବଧାନତା ହେତୁ ବୋରଓ୍ବେଲରେ ଖସି ପଡିଥିଲା ।

ଏନେଇ ସୂଚନା ପାଇ ଘଟଣା ସ୍ଥଳରେ ଆର୍ମି, SDRF, NDRF ଏବଂ ସିଭିଲ ପୋଲିସ ପହଞ୍ଚି ଦିର୍ଘ 8 ଘଣ୍ଟାର ଉଦ୍ୟମ ପରେ ଶିଶୁଟିକୁ ଉଦ୍ଧାର କରାଯାଇଥିବା କହିଛନ୍ତି ଆଗ୍ରା ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ମୁନିରାଜ ଜି । ଏକ ଡାକ୍ତରି ଟିମ୍ ଶିଶୁର ସ୍ବାସ୍ଥ୍ୟ ଉପରେ ନଜର ରଖି ଥିବା କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ।

ଉଦ୍ଧାର କାର୍ଯ୍ୟ ସମୟରେ ଏକ ପାଇପଲାଇନ ଏବଂ ଦଉଡି ସାହାଯ୍ୟରେ ଶିଶୁକୁ ଅମ୍ଳଜାନ ଏବଂ କିଛି ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଶିଶୁରଉପରେ ନଜର ରଖିବା ପାଇଁ ଏକ କ୍ୟାମେରା ମଧ୍ୟ ଗର୍ତ୍ତ ଭିତରକୁ ପଠାଯାଇଥିଲା । ଶେଷରେ ତାଙ୍କୁ ଅପରାହ୍ନ 4ଟା 55 ମିନିଟରେ ଉଦ୍ଧାର କରାଯାଇଥିଲା ବୋଲି କହିଛନ୍ତି ଏନଡିଆରଏଫ ମୁଖପାତ୍ର ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.