ETV Bharat / bharat

ସୀମାରେ ଡ୍ରୋନ ଡର; ୨୪ ଘଣ୍ଟାରେ ଉଡିଲା 4 ଡ୍ରୋନ - ଶ୍ରୀନଗର

ଗତକାଲି ଡ୍ରୋନ ଉଡିବାର 24 ଘଣ୍ଟା ନ ପୁରୁଣୁ ପୁଣି ଉଡିଲା ଆଉ 4ଟି ଡ୍ରୋନ । ଜମ୍ମୁ-କାଶ୍ମୀରର ସାମ୍ବା ଓ ବିଭିନ୍ନ ଅଞ୍ଚଳରେ ଆଉ 4ଟି ଡ୍ରୋନ ଠାବ ହୋଇଛି । ଅଧିକ ପଢନ୍ତୁ...

ଜମ୍ମୁରେ ପୁଣି ଉଡିଲା ଡ୍ରୋନ
ଜମ୍ମୁରେ ପୁଣି ଉଡିଲା ଡ୍ରୋନ
author img

By

Published : Jul 16, 2021, 5:14 PM IST

ଶ୍ରୀନଗର: ଗତକାଲି ଡ୍ରୋନ ଉଡିବାର 24 ଘଣ୍ଟା ନ ପୁରୁଣୁ ପୁଣି ଉଡିଲା ଆଉ 4ଟି ଡ୍ରୋନ । ଜମ୍ମୁ-କାଶ୍ମୀରର ସାମ୍ବା ଓ ବିଭିନ୍ନ ଅଞ୍ଚଳରେ ଆଉ 4ଟି ଡ୍ରୋନ ଠାବ ହୋଇଛି । ଜମ୍ମୁ ଏୟାର ବେସରେ ପ୍ରଥମ ଡ୍ରୋନ ଆକ୍ରମଣ ପରେ ଲଗାତାର ଭାବରେ ଏପରି ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି ।

ଗତକାଲି ଜମ୍ମୁର ପଲନୱାଲା ଏଲଓସି(LOC)ରେ ପୁଣି ଡ୍ରୋନ ଉଡିଥିଲା । ବୁଧବାର ବିଳମ୍ବିତ ରାତିରେ ଏହି ଡ୍ରୋନ ସୀମା ଉପରେ ଉଡ଼ୁଥିବା ଦେଖା ଦେଇଥିଲା । ତେବେ ସୁରକ୍ଷାକର୍ମୀଙ୍କ ଗୁଳିମାଡ ପରେ ପୁନଃ ସୀମା ସେପଟକୁ ଫେରି ଯାଇଥିଲା ଅଜଣା ଡ୍ରୋନ ।

କିଛିଦିନ ବ୍ୟବଧାନ ମଧ୍ୟରେ ବାରମ୍ବାର ଜମ୍ମୁ ସୀମାରେ ଡ୍ରୋନ ଉଡ଼ିବା ଦେଖା ଦେଇଛି । ଏହାପୂର୍ବରୁ ଜୁନ ମାସରେ ମଧ୍ୟ ଜମ୍ମୁ ଏୟାରବେସରେ ଡ୍ରୋନ ଉଡ଼ିବା ଦେଖା ଦେଇଥିଲା । ବାରମ୍ବାର ସୀମାରେ ଡ୍ରୋନ ଉଡ଼ିବା ପରେ ଦେଶର ସୁରକ୍ଷା ଚିନ୍ତାରେ ପଡ଼ିଛନ୍ତି (NIA)ଇଣ୍ଟେଲିଜେନ୍ସ ଏଜେନ୍ସି । ଶତ୍ରୁ ଦେଶ ଭାରତ ଉପରେ କିଛି ଆକ୍ରମଣ ଯୋଜନା କରୁଥିବା ନେଇ ଆଶଙ୍କା କରାଯାଉଛି ।

ଗତ ମାସରେ ଜମ୍ମୁ ଏୟାରବେସ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ଦୁଇଟି ବିସ୍ଫୋରକ ବୋଝେଇ ଡ୍ରୋନ ବ୍ୟବହାର କରାଯାଇଥିଲା । ଏହି ଆକ୍ରମଣରେ ବଡ ଧରଣର କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ଭାରତୀୟ ବାୟୁସେନାର 2ଜଣ ଯବାନ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ NIA ତଦନ୍ତ ଜାରି ରଖିଛି । ବାରମ୍ବାର ସୀମାରେ ଡ୍ରୋନ ଉଡ଼ିବା ପରେ ସମସ୍ତ ଏୟାରବେସରେ ହାଇ ଆଲର୍ଟ ଜାରି ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.