ETV Bharat / bharat

Kedarnath Yatra 2022: ତୀର୍ଥଯାତ୍ରା ହେଉଛି ଶେଷଯାତ୍ରା, ଆଉ ୪ ଯାତ୍ରୀଙ୍କ ମୃତ୍ୟୁ

author img

By

Published : May 26, 2022, 1:35 PM IST

ବୁଧବାର ଦିନ କେଦାରନାଥରେ (Kedarnath Yatra 2022) ଚାରିଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଯାତ୍ରା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ହୃଦଘାତ ଜନିତ ଓ ଅନ୍ୟାନ୍ୟ ରୋଗ ଯୋଗୁଁ ୩୮ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇସାରିଲେଣି । ଅଧିକ ପଢନ୍ତୁ

Kedarnath Yatra 2022:କେଦାରନାଥ ଯାତ୍ରାରେ ଜୀବନ ହାରିଲେ ଆଉ ଚାରି ତିର୍ଥଯାତ୍ରୀ

ଡେରାଡୁନ: ତୀର୍ଥଯାତ୍ରା ପାଲଟୁଛି ଶେଷଯାତ୍ରା । ଯାତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ କେଦାରନାଥ ଯାତ୍ରା (Kedarnath Yatra 2022) ! କେତେବେଳେ ପାହାଡିଆ ରାସ୍ତାରେ ତୀର୍ଥଯାତ୍ରୀଙ୍କ ଜୀବନ ହୃଦଘାତରେ ଯାଉଛି ତ ଆଉ କେତେବେଳେ ମାଉନଟେନ ସିକନେସ୍ (mountain sickness) ଯୋଗୁଁ ଅଧିକାଂଶ ତୀର୍ଥଯାତ୍ରୀ ଆଖି ବୁଜୁଛନ୍ତି । ତେବେ ବୁଧବାର ଦିନ ମଧ୍ୟ କେଦାରନାଥରେ ଚାରିଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ଅସୁସ୍ଥ ଥିବା ତିନି ତୀର୍ଥଯାତ୍ରୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ରିଶିକେଶ ଏମସରେ (AIIMS Rishikesh) ଭର୍ତ୍ତି କରାଯାଇଛି । ଏନେଇ ରୁଦ୍ର ପ୍ରୟାଗର ମୁଖ୍ୟ ଚିକିତ୍ସା ଅଧିକାରୀ ବିକେ ଶୁକ୍ଲା ସୂଚନା ଦେଇଛନ୍ତି । ମେ ୬ ତାରିଖରୁ ସାଧାରଣ ଭକ୍ତଙ୍କ ପାଇଁ ପ୍ରସିଦ୍ଧ କେଦାରନାଥ ଧାମ ଖୋଲାଯାଇଥିଲା । ତେବେ ଯାତ୍ରା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ହୃଦଘାତ ଜନିତ ଓ ଅନ୍ୟାନ୍ୟ ରୋଗ ଯୋଗୁଁ ୩୮ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇସାରିଲେଣି ।

ମୃତକମାନେ ହେଲେ ଗ୍ବାଲିୟରର ବୃଦ୍ଧ ରିଶି ଭଦୁରିଆ(୬୫), ମଧ୍ୟ ପ୍ରଦେଶ ଗୁନାର ଶାମ୍ବୁ ଦୟାଲ ଯାଦବ(୬୬), ୟୁପିର କମଲନାଥ ଭଟ୍ଟ(୬୦) ଓ ମହାରାଷ୍ଟ୍ର କୋଲ୍ଲାପୁରର ଚଙ୍ଗଦେବ ଜନାର୍ଦ୍ଦନ ସିନ୍ଦେ ବୋଲି ସୂଚନା ମିଳିଛି । କେଦାରନାଥ ଯାତ୍ରାରେ ଆସିଥିବା ୩ ତୀର୍ଥଯାତ୍ରୀଙ୍କୁ ମଧ୍ୟ ଅବସ୍ଥା ଖରାପଥିବାରୁ ସେମାନଙ୍କୁ (AIIMS-Rishikesh) ଏମସ ରିଶିକେଶରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଗୁରୁତର ଥିବା ତୀର୍ଥଯାତ୍ରୀମାନେ ହେଲେ ମଧ୍ୟପ୍ରଦେଶର 49 ବର୍ଷୀୟା ମୁନି ଦେବୀ, ଗୁନାର 60 ବର୍ଷୀୟା ସାବିତ୍ରୀ ଦେବୀ ଓ ମହାରାଷ୍ଟ୍ର ନାଗପୁରର 65 ବର୍ଷୀୟ ତାରା ଚାନ୍ଦ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.