ଇଟ୍ଟାନଗର: ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା। ଅରୁଣାଞ୍ଚଳ ପ୍ରଦେଶର ପାଙ୍ଗିନ୍ରେ ୪.୫ ତିବ୍ରତାର ଭୂକମ୍ପ ଝଟକା ଅନୂଭୂତ ହୋଇଛି । ଆଜି ସକାଳ ୧୦ଟା ୧୧ ମିନିଟ ସମୟରେ ଏହି ଭୂକମ୍ପ ଅନୂଭୁତ ହୋଇଥିଲା । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଏହାର ଗଭୀରତା ୧୦୦ କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ ୩୦.୨୦ ଏବଂ ଦ୍ରାଘିମା ୯୪. ୬୩ ରହିଥିବା ଜଣାପଡିଛି । ଏହାପୂର୍ବରୁ ରବିବାର ଦିନ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲା ନିକଟରେ ରିକ୍ଟର ସ୍କେଲରେ ୪.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
@ANI