ETV Bharat / bharat

ବନ୍ଦ ଘରୁ ମିଳିଲା 4 ଜଣଙ୍କ ମୃତଦେହ, ପରିବାରର ମୁଖିଆ ନିଖୋଜ - ଅହମ୍ମଦାବାଦରେ ହତ୍ୟା

ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ଅହମଦାବାଦର ବିରାଟନଗରରେ। ଅଧିକ ପଢ଼ନ୍ତୁ।

murder in ahmedabad
ବନ୍ଦ ଘରୁ ମିଳିଲା 4 ଜଣଙ୍କ ମୃତଦେହ
author img

By

Published : Mar 30, 2022, 2:06 PM IST

ଅହମ୍ମଦାବାଦ: ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ଅହମଦାବାଦର ବିରାଟନଗରରେ। ଘଟଣାର ତଦନ୍ତ ନେଇ ଅହମ୍ମଦାବାଦ ପୋଲିସ ପକ୍ଷରୁ ଟିମ ଗଠନ ହୋଇଥିବାବେଳେ ସିଟି କ୍ରାଇମବ୍ରାଞ୍ଚ ମଧ୍ୟ ସାମିଲ ହୋଇଛି।

ସୂଚନା ମୁତାବକ ଅହମ୍ମଦାବାଦ ବିରାଟନଗର ଅଞ୍ଚଳର ଦିବ୍ୟପ୍ରଭା ସୋସାଇଟିର ଏକ ଘରୁ ଦୁର୍ଗନ୍ଧ ଆସୁଥିବାରୁ ଆଖପାଖ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି 4 ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ ମହିଳା, ଜଣେ ମହିଳା ଏବଂ ଦୁଇ ଶିଶୁ ଅଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ଘଟଣା ପରଠାରୁ ପରିବାରର ମୁଖ୍ୟ ବିନୋଦ ମରାଠୀ ନିଖୋଜ ଅଛନ୍ତି। ସେଥିପାଇଁ ପୋଲିସ ତାଙ୍କ ଉପରେ ସନ୍ଦେହ କରୁଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ପୋଲିସ। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ପାରିବାରିକ କଳହ ଯୋଗୁଁ ବିନୋଦ ସଭିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଘଟଣାସ୍ଥଳରୁ ବିନୋଦ ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଦଳ ଗଠନ କରାଯାଇଛି। ଏବଂ ଏହି ତଦନ୍ତରେ ସ୍ଥାନୀୟ ପୋଲିସ ମଧ୍ୟ ସାମିଲ ହୋଇଛନ୍ତି। ଅନ୍ୟପଟେ ଘଟଣାରେ FSL ଟିମ ସହ ଅନୁସନ୍ଧାନକାରୀ କୁକୁର ମଧ୍ୟ ନିୟୋଜିତ ହୋଇଛି। ଏହା ବ୍ୟତୀତ ପୋଲିସ ସେଠାରେ ଥିବା ସିସିଟିଭି ଓ ଫୋନ କଲକୁ ଯାଞ୍ଚ କରି ଘଟଣାର ସତ୍ୟାସତ୍ୟ ପାଇଁ ତଦନ୍ତ ଜାରି ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.