ETV Bharat / bharat

ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାର 4 ଶିଶୁ ମୃତ - ଉତ୍ତର ପ୍ରଦେଶରେ ଅଘଟଣ

ଉତ୍ତର ପ୍ରଦେଶ ଉନ୍ନଓରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାର 4 ଶିଶୁ ମୃତ । ସମସ୍ତଙ୍କ ବୟସ 9 ବର୍ଷରୁ କମ । ଟେବୁଲ ପଙ୍ଖା ହୋଇଯାଇଥିଲା ଚାର୍ଜ । ଅଧିକ ପଢନ୍ତୁ

ବିଦ୍ୟୁତ ଆଘାତରେ ଗୋଟିଏ ପରିବାର 4 ଶିଶୁ ମୃତ
ବିଦ୍ୟୁତ ଆଘାତରେ ଗୋଟିଏ ପରିବାର 4 ଶିଶୁ ମୃତ
author img

By ETV Bharat Odisha Team

Published : Nov 19, 2023, 9:53 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉନ୍ନାଓରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଫ୍ୟାନରୁ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର 4 ଶିଶୁଙ୍କ ମୃତ୍ୟୁ ଘଟିଛି । ବାରସଗୱାର ପୋଲିସ ଷ୍ଟେସନ ଅନ୍ତର୍ଗତ ଲାଲମାନ ଖେଡା ଗାଁର ବିରେନ୍ଦ୍ର କୁମାରଙ୍କ 2 ଝିଅ ଓ 2 ପୁଅଙ୍କର ମୃତ୍ୟୁ ଘଟିଛି । ସମସ୍ତଙ୍କ ବୟସ 9 ବର୍ଷରୁ କମ । ଏମାନେ ଘରେ ଏକାଠି ଖେଳୁଥିବା ସମୟରେ ନିକଟରେ ଥିବା ଏକ ଫ୍ୟାନଟି କୌଣସି କାରଣରୁ ଚାର୍ଜ ହୋଇଯାଇଥିଲ । ଫଳରେ 4 ଜଣଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ସୂଚନା ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପରିବାର ସଦସ୍ୟଙ୍କୁ ଶାନ୍ତ୍ବନା ଦେବା ସହ ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ, ଘଟଣାଟି ଆଜି(19 ତାରିଖ)ର । ଲାଲମାନ ଖେଡା ଗାଁର ବିରେନ୍ଦ୍ର କୁମାରଙ୍କ ଘରେ ତାଙ୍କର 4 ଶିଶୁ ଖେଳୁଥିଲେ । ଏହି ସମୟରେ ନକଟରେ ଥିବା ଫ୍ୟାନ କୌଣସି କାରଣରୁ ଚାର୍ଜ ହୋଇଯାଇଥିଲା । 5 ବର୍ଷୀୟା ଶିଶୁକନ୍ୟା ମାନସୀ ପ୍ରଥମେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା । ପରେ ତାକୁ ଛୁଇଁ ଅନ୍ୟ ତିନି ଭାଇ ଓ ଭଉଣୀ, ହିମାଙ୍କ (6), ହିମାଂଶୀ (8) ଓ ମୟଙ୍କ (9) ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ସମସ୍ତ 4 ଭାଇ ଭଉଣୀଙ୍କୁ ବିଦ୍ୟୁତ ଝଟକା ଲାଗିଥିଲା । ମସସ୍ତେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । କିଛି ସମୟ ପରେ ପରିବାର ସଦସ୍ୟ ସମସ୍ତଙ୍କୁ ଉଦ୍ଧାର କାରଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସମସ୍ତ 4 ଶିଶୁଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଅସହ୍ୟ ହେଲା ପେଟର ଭୋକ, ୧୮ଦିନର ଶିଶୁକୁ ଦେଢ ଲକ୍ଷରେ ବିକିଲା ମାଆ

ଘଟଣା ସମ୍ପର୍କରେ ଜଣାପଡିବା ପରେ ବିରେନ୍ଦ୍ରଙ୍କ ଘରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ପୋଲିସ ପହଞ୍ଚି ସମସ୍ତ 4 ଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି । କେଉଁ କାରଣରୁ ଫ୍ୟାନଟି ଚାର୍ଜ ହୋଇଗଲା ସେ ନେଇ ଜଣାପଡିନି । ସ୍ଥାନୀୟ ଏସଏଚଓଙ୍କ ସୂଚନା ଅନୁସାରେ, ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗୋଟିଏ ପରିବାର 4 ଜଣ କୋମଳମତି ଶିଶୁଙ୍କ ଅକାଳ ମୃତ୍ୟୁ ହେବାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.