ETV Bharat / bharat

ୟୁପିରେ ଅଘଟଣ, ଚକୋଲେଟ ଖାଇ ୪ ଶିଶୁ ମୃତ

author img

By

Published : Mar 23, 2022, 12:05 PM IST

ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲା ସିସାଇ ଗାଁର ଲାଥୁର ଟୋଲାରେ ଅଘଟଣ । ଚକୋଲେଟ ଖାଇ ଆଖି ବୁଜିଛନ୍ତି ୪ ଶିଶୁ । ଅଧିକ ପଢନ୍ତୁ

ଚକୋଲେଟ ଖାଇ ୪ ଶିଶୁ ମୃତ
ଚକୋଲେଟ ଖାଇ ୪ ଶିଶୁ ମୃତ

ଲକ୍ଷ୍ନୌ: ଚକୋଲେଟ ନେଇଗଲା ଜୀବନ । ଘର ବାହାରେ ପଡିଥିବା ଚକୋଲେଟ ଖାଇ ଆଖି ବୁଜିଛନ୍ତି ୪ ଜଣ ଶିଶୁ । ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲା ସିସାଇ ଗାଁର ଲାଥୁର ଟୋଲାରେ ଘଟିଛି ଏହି ଅଘଟଣ । ମୃତ ୪ ଜଣଙ୍କ ଭିତରୁ ୨ଜଣ ଝିଅ ଓ ୨ ଜଣ ପୁଅ ଥିବା ଜଣାପଡିଛି ।

ସୂଚନାଅନୁସାରେ, ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତାଙ୍କ ଘର ଆଗରେ କେହି ଜଣେ କିଛି ଚକୋଲେଟ ପକାଇଥିଲା । ଯାହାକୁ ପିଲାମାନେ ଖାଇ ଦେଇଥିଲେ । କିଛି ସମୟ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଶେଷରେ ସମସ୍ତ ଚାରିଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା । ଗୋଟିଏ ପରିବାରର ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ।

ଘଟଣାଟି ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଚକୋଲେଟରେ କିଛି ବିଷାକ୍ତ ଜିିନିଷ ମିିଶିଥିବା ଅନୁମାନ କରାଯାଉଛି । ତଦନ୍ତ ପରେ ଅଘଟଣର ପ୍ରକୃତ କାରଣ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.