ETV Bharat / bharat

37 ଦିନରେ କୃଷକ ଆନ୍ଦୋଳନ, କହିଲେ ‘କୃଷି ଆଇନ ରଦ୍ଦ ହେଲେ ଉଠିବୁ’

author img

By

Published : Jan 3, 2021, 8:32 PM IST

37ତମ ଦିନରେ ପହଞ୍ଚିଲା କୃଷକ ଆନ୍ଦୋଳନ । ଯେ ପର୍ଯ୍ୟନ୍ତ କୃଷି ରଦ୍ଦ କରାଯାଇନାହିଁ ସେ ପର୍ଯ୍ୟନ୍ତ ଆମେ ପଡିରହିଥିବୁ ବୋଲି ଚାଷୀ କହିଛନ୍ତି । ଅଧିକ ପଢନ୍ତୁ...

37th day continue in farmers movement in delhi border
38ତମ ଦିନରେ ପହଞ୍ଚିଲା କୃଷକ ଆନ୍ଦୋଳନ, ଆଇନ ରଦ୍ଦ ହେଲେ ଉଠିବୁ

ନୂଆଦିଲ୍ଲୀ: 37ତମ ଦିନରେ ପହଞ୍ଚିଲା କୃଷକ ଆନ୍ଦୋଳନ । ଶୀତ କାକରରେ ଦୀର୍ଘ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ଆମେ ଫେରିବାର ନାହିଁ ଯେ ପର୍ଯ୍ୟନ୍ତ କୃଷି ରଦ୍ଦ କରାଯାଇନାହିଁ ସେ ପର୍ଯ୍ୟନ୍ତ ଆମେ ପଡିରହିଥିବୁ ବୋଲି ଚାଷୀ କହିଛନ୍ତି ।

କୃଷି ଆଇନ ବିରୋଧରେ ଦୀର୍ଘ 37 ଦିନ ହେଲା ସିଂଘୁ ବର୍ଡରରେ ଚାଷୀ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ସରକାର କୃଷକ ଆଇନକୁ ବିରୋଧ କରି ଦେଶର ବିଭିନ୍ନ କୃଷକ ସଂଗଠନ ଦିଲ୍ଲୀ ସୀମାକୁ ଲାଗି ରହିଥିବା ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ଚଳାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଆନ୍ଦୋଳନରେ 50 ଜଣ ଚାଷୀଙ୍କ ପ୍ରାଣ ହାନୀ ହୋଇ ସାରିଛି। ନୂତନ କୃଷି ଆଇନକୁ ନେଇ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ 6ଥର ଆଲୋଚନା ହୋଇଛି। ଷଷ୍ଠ ପର୍ଯ୍ୟାୟ ଆଲୋଚନା ବେଳେ ଚାଷୀଙ୍କ ଦୁଇଟି ଦାବିରେ ସହମତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଡିସେମ୍ବର 4 ତାରିଖରେ ଚାଷୀ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା ହେବ।

କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି କୃଷି ବିଲ 1) କୃଷକ ସଶକ୍ତିକରଣ ଏବଂ ସୁରକ୍ଷା ଚୁକ୍ତିନାମା, କୃଷି ସେବା ଆଇନ, 2020 ।2) କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ପଦୋନ୍ନତି ଏବଂ ସୁବିଧା ଅଧିନିୟମ, 3)2020 ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଅଧିନିୟମ, 2020 । ଏହି ଆଇନ ଗୁଡିକ ରଦ୍ଦ କରିବା ପାଇଁ କୃଷକ ମାନେ ଆନ୍ଦୋଳନ କରୁଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.