ETV Bharat / bharat

ଗୋଟିଏ ହସ୍ପିଟାଲର 37 ଡ଼ାକ୍ତରଙ୍କୁ କୋରୋନା - 37 ଡ଼ାକ୍ତରଙ୍କୁ କୋରୋନା

ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ 37 ଜଣ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ସାର ଗଙ୍ଗାରାମ ହସ୍ପିଟାଲରେ 37 ଡ଼ାକ୍ତରଙ୍କୁ କୋରୋନା

author img

By

Published : Apr 9, 2021, 10:26 AM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ 37 ଜଣ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଦିଲ୍ଲୀରେ ଗତ କିଛି ଦିନ ଧରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ପ୍ରତିଦିନ ପ୍ରାୟ 7000ରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଗତ ଗୁରୁବାର ଦିଲ୍ଲୀରେ 7 ହଜାର 437 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 24 ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀରେ ମୋଟ ମୃତ୍ୟୁ ସଂଖ୍ୟା 11 ହଜାର 157ରେ ପହଞ୍ଚିଛି ।

କୋରୋନା ପଜିଟିଭ ଚିହ୍ନଟ ହୋଇଥିବା 37 ଜଣ ଡାକ୍ତରଙ୍କ ମଧ୍ୟରୁ କିଛି ଡାକ୍ତରଙ୍କ କମ ଲକ୍ଷଣ ଦେଖାଯାଇଥିଲା । ଏମାନଙ୍କ ମଧ୍ୟରୁ 32 ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ହସ୍ପିଟାଲରେ କୋରୋନା ମହାମାରୀର ଚିକିତ୍ସା ପାଇଁ ସମସ୍ତ ସୁବିଧା ରହିଥିବା ବେଳେ ଗତ 1 ବର୍ଷ ଧରି ଏହା ସେବା ଯୋଗାଇ ଆସୁଛି । ଅନ୍ୟପଟେ ଦେଶରେ କୋରୋନାର ଦ୍ବିତୀୟ ଲହରୀ କ୍ଷିପ୍ର ଗତିରେ ବୃଦ୍ଧି ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.