ETV Bharat / bharat

କୋରୋନା ଅପଡେଟ: ଦେଶରେ 24 ଘଣ୍ଟାରେ 36604 ଆକ୍ରାନ୍ତ, 501 ମୃତ

author img

By

Published : Dec 2, 2020, 10:14 AM IST

କୋରୋନାରେ ସର୍ବାଧିକ ଆକ୍ରାନ୍ତ ରାଜ୍ୟ ଭାବେ ମହାରାଷ୍ଟ୍ର ରହିଛି । ଯେଉଁଠି ଏବେ ମଧ୍ୟ ବହୁ ମାତ୍ରାରେ ପଜିଟିଭ ସଂଖ୍ୟା ଚିହ୍ନଟ ହେଉଛି । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଦେଶରେ 24 ଘଣ୍ଟାରେ 36,604 ଆକ୍ରାନ୍ତ, 501 ମୃତ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗୁଛି। ପୂର୍ବ ଅପେକ୍ଷା ଏହି ସ୍ଥିତିରେ ସୁଧାର ଆସୁଛି। ବର୍ତ୍ତମାନ ସୁଦ୍ଧା 94 ଲକ୍ଷ ପାର କରିଛି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ 1 ଲକ୍ଷ 40 ହଜାର ପାର କରିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ, ଗତ 24 ଘଣ୍ଟାରେ 36 ହଜାର 604 ଟି ନୂଆ ପଜିଟିଭ କେସ ରିପୋର୍ଟ ହୋଇଛି। ସେଥିମଧ୍ୟରୁ 501 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ତେବେ ନୂଆ ରିପୋର୍ଟକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 94 ଲକ୍ଷ 99 ହଜାର 414 ପାର କରିଛି। ମୃତ୍ୟୁ ସଂଖ୍ୟା 1 ଲକ୍ଷ 38 ହଜାର 122ରେ ପହଞ୍ଚିଛି ।

ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ ଗତ 24 ଘଣ୍ଟାରେ 43 ହଜାର 062 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ଏହାକୁ ମିଶାଇ ଦେଶରେ ମୋଟ 89 ଲକ୍ଷ 32 ହଜାର 647 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେଥିମଧ୍ୟରୁ ବର୍ତ୍ତମାନ 4 ଲକ୍ଷ 28 ହଜାର 644 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.