ETV Bharat / bharat

ମୋଦିଙ୍କ ନୂଆ ଟିମ: ଉଚ୍ଚ ଶିକ୍ଷିତ ଓ ଅନୁଭବୀଙ୍କ ମିଶ୍ରଣ - ମୋଦି କ୍ୟାବିନେଟରେ 36 ଅଭିଜ୍ଞ ନୂଆ ମୁଁହ

ନୂଆ କରି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଅଶ୍ବିନୀ ବୈଷ୍ଣବ ଆମେରିକା ହ୍ବାର୍ଟନ ସ୍କୁଲରୁ ଏମବିଏ ଡିଗ୍ରୀ ହସଲ କରିଛନ୍ତି । ଏହାସହ ସେ IIT କାନପୁରରୁ M.Tech ଡି୍ଗ୍ରୀ ହାସଲ କରିଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ ଭାବରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ ଅଶ୍ବିନୀ ବୈଷ୍ଣବ । ଅଧିକ ପଢ଼ନ୍ତୁ...

ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ଅଭିଜ୍ଞତା ଓ ବ୍ୟୁରୋକ୍ରାଟ ସହ 36 ନୂଆ ମୁଁହ

author img

By

Published : Jul 8, 2021, 9:48 PM IST

ନୂଆଦିଲ୍ଲୀ: ନୂଆ କରି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଅଶ୍ବିନୀ ବୈଷ୍ଣବ ଆମେରିକାର ପେନିସିଲଭାନିଆ ହ୍ବାର୍ଟନ ସ୍କୁଲରୁ ଏମବିଏ ଡିଗ୍ରୀ ହସଲ କରିଛନ୍ତି । ଏହାସହ ସେ IIT କାନପୁରରୁ M.Tech ଡି୍ଗ୍ରୀ ହାସଲ କରିଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ ଭାବରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ ଅଶ୍ବିନୀ ବୈଷ୍ଣବ । 2004 ମସିହାରେ ଏନଡିଏ ନିର୍ବାଚନ ହାରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଚିବ ନିଯୁକ୍ତ ହୋଇଥିଲେ ଅଶ୍ବିନୀ ବୈଷ୍ଣବ । 1999 ମସିହାରେ ବାଲେଶ୍ବର ଜିଲ୍ଲାପାଳ ଥିବା ସମୟରେ ମଧ୍ୟ ସେ ଚର୍ଚ୍ଚାକୁ ଆସିଥିଲେ ।

ସେହିଭଳି ଆଉ ଜଣେ ପ୍ରଶାସନିକ ଅଧିକାରୀ ରାମଚନ୍ଦ୍ର ପ୍ରସାଦ ସିଂହ ମଧ୍ୟ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ବିହାରର ନାଳନ୍ଦା ଜିଲ୍ଲା ବାସିନ୍ଦା ହେଉଛନ୍ତି ରାମଚନ୍ଦ୍ର ପ୍ରସାଦ ସିଂହ । ନୀତିଶ ସରକାରଙ୍କ ସମୟରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ । ନୀତିଶ କୁମାର 1990 ମସିହାରେ ରେଳ ମନ୍ତ୍ରୀ ଥିବା ବେଳେ ରାମ ଚନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ଡେପ୍ୟୁଟେସନରେ ରହିଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରଶାସନିକ ଅଧିକାରୀରୁ ରାଜନୀତିରେ ପାଦ ଥାପିଥିଲେ । ବିହାର ରାଜ୍ୟସଭା ସାଂସଦ ଆସନ ପାଇଁ ସେ ମନୋନୀତ ହୋଇଥିଲେ। ଦ୍ବିତୀୟ ଥର ପାଇଁ ସାଂସଦ ମନୋନୀତ ହୋଇଛନ୍ତି । ଜନତା ଦଳ ନେତା ଭାବେ ସେ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି।

ସେହିଭଳି ମୋଦି ମନ୍ତ୍ରୀ ମଣ୍ଡଳରେ ପୂର୍ବତନ କଂଗ୍ରେସ ତଥା ବର୍ତ୍ତମାନ ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କ୍ୟାବିନେଟ ପାହ୍ୟା ଦିଆଯାଇଛି । ପଞ୍ଚମ ଥର ପାଇଁ ସାଂସଦ ହୋଇଛନ୍ତି । ସେ ହାବାର୍ଡ ବିଶ୍ବବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କୁ ବେସାମରିକ ବିମାନ ଚଳାଚଳ ମଣନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି ।

ଦ୍ବିତୀୟ ଥର ପାଇଁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ମଧ୍ୟରେ ପଶ୍ଚିମବଙ୍ଗ ବାଙ୍କୁରାର ବିଜେପି ସାଂସଦ ଡାକ୍ତର ସୁବାଷ ସରକାରଙ୍କୁ ମିଳିଛି ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ । ସେ ହୃଦରୋଗ ବିଶେଷଜ୍ଞ, ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ ବେଶ୍ ଖ୍ୟାତି ଲାଭ କରିଛନ୍ତି । ତା ସାଙ୍ଗକୁ ସେ ପଶ୍ଚିମ ବଙ୍ଗ ଏମ୍ସ କଲ୍ୟାଣୀର ଜଣେ ସଦସ୍ୟ ରହିଥିଲେ। । କୋଲକାତା ବିଶ୍ବବିଦ୍ୟାଳୟରୁ ସେ ଏମବିବିଏସ ଡିଗ୍ରୀ ହାସଲ କରିଛନ୍ତି। ଏହାସହ ବହୁ ଅଭିଜ୍ଞ ନେତାଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଛି । ମୋଦିଙ୍କ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ବର୍ତ୍ତମାନ ରାଜନୀତି ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହୁଛନ୍ତି ରାଜନୈତିକ ସମୀକ୍ଷକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.