ନୂଆଦିଲ୍ଲୀ: ଦେଶରେ ଏବେ ସାଙ୍ଘାତିକ ହେବାରେ ଲାଗିଛି ମହାମାରୀ କୋରୋନା ସଂକ୍ରମଣ । ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 49 ହଜାର 691 ଜଣ ସଂକ୍ରମିତ ହୋଇଥିବା ବେଳେ ଦିନକରେ ସର୍ବାଧିକ 2,767 ଜଣ ଆକ୍ରାନ୍ତ ପ୍ରାଣ ହାରିଛନ୍ତି ।
ସେପଟେ, ଆଜିର ଏହି ରିପୋର୍ଟ ପରେ ଦେଶରେ ସକ୍ରିୟ ମାମଲା 26 ଲକ୍ଷ 82 ହଜାର 751 କୁ ବୃଦ୍ଧି ପାଇଛି । ସେହିଭଳି ମୃତ୍ୟୁ ସଂଖ୍ୟା 1 ଲକ୍ଷ 92 ହଜାର 311ରେ ପହଞ୍ଚିଛି । ତେବେ ବର୍ତ୍ତମାନ ଦେଶରେ ମୋଟ 1 କୋଟି 69 ଲକ୍ଷ 60 ହଜାର 172 ଜଣ କୋରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି ଏବଂ 26 ଲକ୍ଷ 82 ହଜାର 751 ଟି ସକ୍ରିୟ ମାମଲା ରହିଛି ।
ଅନ୍ୟପଟେ, କୋରୋନା ବିରୁଦ୍ଧରେ ଦେଶରେ ଜାରି ରହିଛି ଟେଷ୍ଟିଂ, ଟ୍ରାକିଂ ସହ ଟୀକାକରଣ । ଗତ 24 ଘଣ୍ଟାରେ 2 ଲକ୍ଷ 17 ହଜାର 113 ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥ ସଂଖ୍ୟା 1 କୋଟି 40 ଲକ୍ଷ 85 ହଜାର 110କୁ ବୃଦ୍ଧି ପାଇଛି । ସେହିପରି ଏପ୍ରିଲ 24 ତାରିଖ ପର୍ଯ୍ୟନ୍ତ 14 କୋଟି 9 ଲକ୍ଷ 16 ହଜାର 417 ଜଣ ଟିକା ନେଇସାରିଥିବା ସୂଚନା ମିଳିଛି ।
@ANI