ETV Bharat / bharat

ଦିନକରେ 34,703 ଆକ୍ରାନ୍ତ ଚିହ୍ନଟ, 553 ମୃତ

author img

By

Published : Jul 6, 2021, 10:43 AM IST

ଗତ 24 ଘଣ୍ଟାରେ ଦେଶରୁ 34 ହଜାର 703 ନୂଆ ଆକ୍ରାନ୍ତ ଚିହ୍ନଟ, 553 ଜଣ ମୃତ । ଅଧିକ ପଢନ୍ତୁ...

ଦିନକରେ 34,703 ଆକ୍ରାନ୍ତ ଚିହ୍ନଟ, 553 ମୃତ
ଦିନକରେ 34,703 ଆକ୍ରାନ୍ତ ଚିହ୍ନଟ, 553 ମୃତ

ନୂଆଦିଲ୍ଲୀ: ଧିରେ ଧିରେ ତଳମୁହାଁ ହେଉଛି କୋରୋନା ସଂକ୍ରମଣ । ଦେଶରେ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଦିନକରେ 34 ହଜାର 703 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 553 ଜଣଙ୍କ ଜୀବନ ନେଇଛି କୋରୋନା ।

  • " class="align-text-top noRightClick twitterSection" data="">

ସେହିପରି 55 ହଜାର 864 ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ପ୍ରତିଦିନ ସଂକ୍ରମଣଙ୍କ ଠାରୁ ଅଧିକ ସଂଖ୍ୟକ ବ୍ୟକ୍ତି ସୁସ୍ଥ ହେଉଥିବାରୁ ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ଥି ମିଳିଛି । ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରୁ ସର୍ବମୋଟ 3 କୋଟି 6 ଲକ୍ଷ 19 ହଜାର 932 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2 କୋଟି 97 ଲକ୍ଷ 52 ହଜାର 294 ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ 4 ଲକ୍ଷ 64 ହଜାର 357 ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏଥିସହ ଦେଶରୁ 4 ଲକ୍ଷ 3 ହଜାର 281 ଜଣଙ୍କ ମୁଣ୍ଡ ନେଇଛି ଘାତକ କୋରୋନା । ଅନ୍ୟପଟେ ଏଯାବତ୍ ଦେଶର ମୋଟ 35 କୋଟି 75 ଲକ୍ଷ 53 ହଜାର 612 ଜଣଙ୍କୁ ଟୀକାକରଣ କରାଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.