ETV Bharat / bharat

ହାଇଦ୍ରାବାଦରୁ ସାଢେ 3ଟନ ଗଞ୍ଜେଇ ଜବତ କଲା NCB, 3 ଗିରଫ

author img

By

Published : Aug 29, 2021, 10:46 PM IST

ହାଇଦ୍ରାବାଦରୁ ଜବତ ହେଲା ସାଢେ 3ଟନ ଗଞ୍ଜେଇ । ବଜାର ମୂଲ୍ୟ ପ୍ରାୟ 21 କୋଟି । ବିଶାଖାପାଟନମରୁ ମୁମ୍ବାଇ ଚାଲାଣବେଳେ ଧରିଲେ ଏନସିବି ଅଧିକାରୀ। ଅଧିକ ପଢନ୍ତୁ...

ହାଇଦ୍ରାବାଦରୁ ସାଢେ 3 ଟନ ଗଞ୍ଜେଇ ଜବତ,3 ଗିରଫ

ହାଇଦ୍ରାବାଦ: ORR ଅଞ୍ଚଳରୁ 3,400 କିଲୋଗ୍ରାମର ଜବତ କରାଯାଇଛି। ଜାତୀୟ ନିଶା ନିୟନ୍ତ୍ରକ ବ୍ୟୁରୋ (NCB)ର ଅଧିକାରୀମାନେ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି । ଏଥିରେ ସମ୍ପୃକ୍ତ 3ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 21 କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ମହାରାଷ୍ଟ୍ରର ବୋଲି ପୋଲିସ କହିଛି।

ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ଏହି ବିପୁଳ ପରିମାଣର ନିଶାଦ୍ରବ୍ୟ ଆନ୍ଧ୍ରପଦେଶର ବିଶାଖାପାଟନମରୁ ମୁମ୍ବାଇକୁ ଚାଲାଣ ହେଉଥିଲା। ପୂର୍ବରୁ ସୂଚନା ଅନୁସାରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏନସିବି । ଚଳିତ ବର୍ଷ ଏପର୍ଯ୍ୟନ୍ତ NCB ଅଧିକାରୀମାନେ 7,500 କିଲୋଗ୍ରାମ ଗଞ୍ଜେଇ ଜବତ କରିସାରିଲେଣି। ସେହିପରି ଏଥିରେ ସମ୍ପୃକ୍ତ ମୋଟ 25 ଜଣଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.