ETV Bharat / bharat

କଲବଲ କରୁଛି ଗ୍ରୀଷ୍ମଲହରୀ: ୟୁପିରେ 2 ଦିନରେ 34 ମୃତ, ଜାରି ହେଲା ନିର୍ଦ୍ଦେଶାବଳୀ - ଗ୍ରୀଷ୍ମ ଲହରୀ ଏକାଧିକ ମୃତ

ଉତ୍ତର ପ୍ରଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଦୁଇ ଦିନରେ ଗଲାଣି 34 ଜୀବନ । ଜାରି ହେଲା ନିର୍ଦ୍ଦେଶାବଳୀ । 60 ବର୍ଷରୁ ଅଧିକ ବୟସ୍କଙ୍କୁ ଘରେ ରହିବା ପାଇଁ ପରାମର୍ଶ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ଗ୍ରୀଷ୍ମଲହରୀ
ଉତ୍ତର ପ୍ରଦେଶରେ ଗ୍ରୀଷ୍ମଲହରୀ
author img

By

Published : Jun 18, 2023, 7:49 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ଗତ ଦୁଇଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି କାରଣରୁ 34ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହି ଗ୍ରୀଷ୍ମ ପ୍ରବାହ ଆଉ କିଛି ଦିନ ପର୍ଯ୍ୟନ୍ତ ମଧ୍ୟ ଜାରି ରହିବ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାଜ୍ୟବାସୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରିଛି । ମଧ୍ୟାହ୍ନ ସମୟରେ କାମ ନଥିଲେ ଘରୁ ନବାହାରିବା ସହ ସବ ବିଶେଷ ଭାବେ 60ରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ବାହାରକୁ ନଯିବା ପାଇଁ ସ୍ବାସ୍ଥ୍ୟ ବିଭାଗ କହିଛି ।

ସରକାରଙ୍କ ସୂଚନା ଅନୁସାରେ, ଗତ ଗୁରୁବାର ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ 23 ଜଣଙ୍କର ମୃତ୍ୟୁ ଘଟିଥିଲା । ଗତକାଲି (ଶୁକ୍ରବାର) ବିଭିନ୍ନ ସ୍ଥାନରୁ ଅନ୍ୟ 11 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୋଟ ମୃତ୍ୟୁସଂଖ୍ୟା 34ରେ ପହଞ୍ଚିଥିବା ସରକାରୀ ତଥ୍ୟ କହୁଛି ।

ପାଣିପାଗ ବିଭାଗର ତଥ୍ୟରୁ ଜଣାପଡିଛି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ସର୍ବାଧିକ 42.2 ଡିଗ୍ରୀ ସେଲସିୟସ (108 ଡିଗ୍ରୀ ଫାରେନାଇଟ୍) ତାପମାତ୍ରା ରେକର୍ଡ କରାଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ସାରା ରାଜ୍ୟରେ ବିଦ୍ୟୁତ ସରବରାହ ସଙ୍କଟ ମଧ୍ୟ ନାହିଁନଥିବା ସମସ୍ୟା ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି, ରାଜ୍ୟରେ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।

ସରକାରଙ୍କୁ ସହଯୋଗ କରିବାକୁ ଏବଂ ବିଦ୍ୟୁତ୍ ବ୍ୟବହାର କରିବାକୁ ନାଗରିକମାନଙ୍କୁ ସେ ଅନୁରୋଧ କରିଛନ୍ତି । ଏହି ପ୍ରବଳ ଗରମ ସମୟରେ ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ସହରରେ ପର୍ଯ୍ୟାପ୍ତ ବିଦ୍ୟୁତ୍ ଯୋଗାଣ ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ଯଦି କୌଣସି ଠାରେ ଏହି ଯୋଗାଣ ବ୍ୟବସ୍ଥାରେ ତ୍ରୁଟି ଘଟେ ତେବେ ତୁରନ୍ତ ଏହାର ସମାଧାନ କରାଯିବା ପାଇଁ ପ୍ରୟାସ କରାଯାଉଥିବା ସେ କହିଛନ୍ତି ।

ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁ ସାରିଥିବା ବେଳେ ଦକ୍ଷିଣ ଭାରତରେ ବର୍ଷା ହେବା ଆରମ୍ଭ ହେଲାଣି । ପର୍ଯ୍ୟାୟକ୍ରମରେ ମଧ୍ୟ-ଭାରତ, ଉତ୍ତର ଭାରତ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ମୌସୁମୀ ପ୍ରବେଶ କରିବା ସହ ସକ୍ରିୟ ହେବ । ବର୍ଷା ହେବା ପରେ ତାପମାତ୍ରା ହ୍ରାସ ପାଇବା ସହ ଅହସ୍ୟ ଗରମରୁ ରକ୍ଷା ମିଳିବ । ଏହି ବର୍ଷ ମୌସୁମୀ ବର୍ଷା ପ୍ରାୟତଃ ସ୍ବାଭାବିକ ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କହିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.