ETV Bharat / bharat

ଭୟ ବଢାଉଛି ନୂଆ ଭାରିଏଣ୍ଟ JN.1, କେରଳରେ ଗୋଟିଏ ଦିନରେ 300 ଆକ୍ରାନ୍ତ ଚିହ୍ନଟ - ଜେଏନ1

Kerala Covid Case Rising: କେରଳରେ ଭୟ ବଢାଇଲା କୋରୋନା ସଂକ୍ରମଣ । ଗୋଟିଏ ଦିନରେ 300 ଆକ୍ରାନ୍ତ ଚିହ୍ନଟ, 3 ମୃତ । ଅଧିକ ପଢନ୍ତୁ

ଭୟ ବଢାଉଛି ନୂଆ ଭାରିଏଣ୍ଟ
covid cases
author img

By ETV Bharat Odisha Team

Published : Dec 21, 2023, 11:45 AM IST

ଥିରୁଅନନ୍ତପୁରମ: ପୁଣି ଭୟ ବଢାଇଲା କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ 358 କୋରୋନା ପଜିଟିଭ । ସେଥି ମଧ୍ୟରୁ କେରଳରୁ କେବଳ 300 ଆକ୍ରାନ୍ତ ରହିଛନ୍ତି ଓ 3 ଜଣଙ୍କର ମୃତ୍ୟୁ ବି ହୋଇଛି । କେରଳରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ଟିଭ ସଂଖ୍ୟା 2341 ରହିଛି । ସେହିପରି ତିନି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 72 ହଜାର 75ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ତଥ୍ୟ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ-କଡ ଲେଉଟାଇଲା କୋରୋନା, ଭୟଭୀତ ନହେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

କୋରୋନାର ନୂଆ ଭାରିଆଣ୍ଟ୍‌ ଜେଏନ୍‌1କୁ ନେଇ ସମସ୍ତଙ୍କ ମନରେ ଭୟ । ଡିସେମ୍ବର 8 ତାରିଖରେ କେରଳରେ ଜେଏନ୍‌1 ସଂକ୍ରମିତ ଚିହ୍ନଟ ହୋଇଥିଲା । ଆଉ ଏବେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଚିନ୍ତା ବଢ଼ିଛି । ଚିହ୍ନଟ ସମସ୍ତ ସଂକ୍ରମିତଙ୍କ ସାମ୍ପଲ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯିବ । ପରେ ସଂକ୍ରମିତଙ୍କ ମଧ୍ୟରୁ କେହି ନୂଆ ଭାରିଆଣ୍ଟ ସଂକ୍ରମିତ ରହିଛନ୍ତି ନା ନାହିଁ ତାହା ଜଣାପଡ଼ିବ । ମଙ୍ଗଳବାର ଦିନ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଭୀଣା ଜର୍ଜ କହିଥିଲେ ଯେ, କେରଳରେ କୋରୋନା ମାମଲା ବୃଦ୍ଧି ପାଇଥିବା ବେଳେ ଡାକ୍ତରଖାନାରେ ସଂକ୍ରମିତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ଚିନ୍ତା କରିବାର ନାହିଁ ।

ଏହା ମଧ୍ୟ ପଢନ୍ତୁ-ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା; ହସ୍ପିଟାଲରେ ମକଡ୍ରିଲ ପାଇଁ ଦେଲେ ନିର୍ଦ୍ଦେଶ

କୋରୋନା ସଂକ୍ରମଣ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭିସି ଯୋଗେ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ସଚିବଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ । କୋଭିଡକୁ ନେଇ ଆମକୁ ସଜାଗ ରହିବାକୁ ହେବ କିନ୍ତୁ ଡରିବାର କୌଣସି ଆବଶ୍ୟକତା ନାହିଁ । ହସ୍ପିଟାଲ ଗୁଡିକରେ ପ୍ରସ୍ତୁତି, ସର୍ଭିଲାନ୍ସ ଏବଂ ଲୋକଙ୍କ ସହ ଯୋଗାଯୋଗ ବଢ଼ାଇବାକୁ ମକଡ୍ରିଲ ଆୟୋଜିତ କରିବା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ମାଣ୍ଡଭିୟ । ଏଥିସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ମଙ୍ଗଳବାର କେରଳରେ 292 କୋଭିଡ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ 3 ଜଣଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.