ETV Bharat / bharat

କାନପୁରରେ ବେକାବୁ ଜିକା, ଆକ୍ରାନ୍ତ ସଂଖ୍ୟା 66କୁ ବୃଦ୍ଧି

author img

By

Published : Nov 4, 2021, 10:51 PM IST

କାନପୁରରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା 66 କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

କାନପୁରରେ ଏକକାଳୀନ ଚିହ୍ନଟ ହେଲେ 30 ଜିକା ଭୂତାଣୁ ଆକ୍ରାନ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରରେ ଜିକା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି 30 ନୂଆ ଜିକା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଆଜିର ସଂକ୍ରମଣ ମାମଲାକୁ ମିଶାଇ ଉତ୍ତର ପ୍ରଦେଶରେ ମୋଟ ସଂକ୍ରମଣ ସଂଖ୍ୟା 66କୁ ବୃଦ୍ଧି ପାଇଛି । ଯାହା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିବାରେ ଲାଗିଛି।

ସୂଚନା ଅନୁସାରେ, ଗତମାସ 24 ତାରିଖରେ ରାଜ୍ୟରେ ଜିକା ଭୂତାଣୁ ସଂକ୍ରମଣର ପ୍ରଥମ ମାମଲା କାନପୁର ସହରରେ ଦେଖିବାକୁ ମିଳିଥିଲା । ସେତେବେଳେ ଜଣେ ବାୟୁସେନା କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ଗୁରୁତ୍ବର ସହ ନେଇଥିଲା ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ। ଉକ୍ତ ବ୍ୟକ୍ତିଙ୍କ ସହ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନମୂନା ସଂଗ୍ରହ ଆରମ୍ଭ କରିଥିଲେ। କିନ୍ତୁ ଏହା ସତ୍ତ୍ବ ମାମଲା ବୃଦ୍ଧି ପାଇବା ଉତ୍ତର ପ୍ରଦେଶ ସରକାରଙ୍କ ଚିନ୍ତା ବଢାଇଛି।

ବୁଧବାର ପୂର୍ବରୁ କାନପୁରରେ ଜିକା ସଂକ୍ରମିତଙ୍କ ସଂଖ୍ୟା 11 ଥିଲା । ବୁଧବାର କରାଯାଇଥିବା ପରୀକ୍ଷାରୁ ଆଉ 25 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏକ ଜରୁରୀ ବୈଠକ ଡାକିବା ସହ ରାଜ୍ୟ ସରକାର ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇଥିଲେ ।

(ଆଜି) ଗୁରୁବାର ସହରରେ ଆଉ 30 ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ସଂକ୍ରମିତ ସଂଖ୍ୟା 66କୁ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ସଂକ୍ରମଣ ସଂଖ୍ୟା ଆହୁରି ବଢିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଏହାର ଯୁଦ୍ଧକାଳୀନ ମୁକାବିଲା ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି ସ୍ବାସ୍ଥ୍ୟ ବିଭାଗ । ବିଭାଗ ପକ୍ଷରୁ 100ରୁ ଅଧିକ ଟିମ ଗଠନ କରାଯାଇ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରତି ଘରେ ସର୍ଭେ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.