ETV Bharat / bharat

ସୋପିଆନରେ ସେନା କାର୍ଯ୍ୟାନୁଷ୍ଠାନ, 3 ଆତଙ୍କୀ ନିପାତ

author img

By

Published : Apr 8, 2021, 10:46 PM IST

ଜାମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 3 ଜଣ ଆତଙ୍କବାଦୀ ନିହତ ।ଅଧିକ ପଢନ୍ତୁ...

ସୋପିଆନରେ ସେନା କାର୍ଯ୍ୟାନୁଷ୍ଠାନ , 3 ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 3 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରରେ 4 ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି ।

ସୋପିଆନ୍ ସହରର ଜନମୋହଲା ଠାରେ 2 ରୁ 3 ଜଣ ଆତଙ୍କବାଦୀ ଏକ ଘର ଭିତରେ ଲୁଚି ରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବଳ । ତେବେ ସୁରକ୍ଷା ବଳ ଆତଙ୍କୀଙ୍କୁ ଘେରାବନ୍ଦୀ କରିଥିଲା । ତେବେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ 3 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବଳ । ନିହତ ଆତଙ୍କବାଦୀ ଅଲ-କାଏଦାର ଆତଙ୍କୀ ସଂଗଠନର ସଦସ୍ୟ ଥିବା ପ୍ରାଥମିକ ଭାବେ ଜଣାପଡିଛି । ଏହି ଅପରେସନ୍ ସମ୍ପର୍କରେ ଟ୍ବିଟ୍ କରି କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛି ।

ସୁରକ୍ଷାବଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ଇନପୁଟରୁ ମିଳିଥିବା ସୂଚନା ଆଧାରରେ ସେନା, ପୋଲିସ ଏବଂ ସିଆରପିଏଫର ମିଳିତ ବାହିନୀ ଉକ୍ତ ସ୍ଥାନକୁ କର୍ଡନ କରି ଅପରେସନ ଆରମ୍ଭ କରିଥିଲେ । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.