ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଲଜ୍ୟା । ୩ ମାସର ଶିଶୁକୁ ଦୁଷ୍କର୍ମ କଲା ୧୭ ବର୍ଷର ନାବାଳକ । ଉତ୍ତରପ୍ରଦେଶର ଏଟୱା ଜିଲ୍ଲାର ବାଗୱାଲା ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ଶିଶୁକନ୍ୟାର ମା’ ଘରେ ନଥିବା ବେଳେ ଅଭିଯୁକ୍ତ ଜଣଙ୍କ ଏହାର ସୁଯୋଗ ନେଇ ଏପରି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଏନେଇ POCSO ଅଧିନିୟମ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି ।
ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି । ଏନେଇ ଶିଶୁର ମା’ କହିଛନ୍ତି ଯେ ଘରେ କେହି ନଥିବା ବେଳେ ଅଭିଯୁକ୍ତ ଝିଅକୁ ଦୁଷ୍କର୍ମ କରିଥିଲା । ସେ ଝିଅକୁ ଚକୋଲେଟ ଖୁଆଇବା ବାହାନାରେ ବାହାରକୁ ନେଇଯାଇଥିଲା । ଶିଶୁଟିକୁ ବାହାରକୁ ନେଇ ଯିବା ସମୟରେ ଜଣେ ଗ୍ରାମବାସୀ ଶିଶୁଟି କାନ୍ଦୁଥିବା ଏକ ବୁଦା ନିକଟରେ ଦେଖିଥିଲେ । ତେବେ ଗ୍ରାମବାସୀ ନିକଟକୁ ଯିବାରୁ ନାବାଳକ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଦେଖି ସେଠାରୁ ଫେରାର ହୋଇଯାଇଥିଲା ।