ETV Bharat / bharat

ବିଦ୍ୟୁତ ତାର ଲାଗି ଜଳିଗଲା ବସ; 3 ମୃତ, 5 ଗୁରୁତର

ଦିଲ୍ଲୀରୁ ଜୟପୁରକୁ ଆସୁଥିବା ବେଳେ ଅଚରୋଲ ନିକଟ ହାଇୱେରେ ଏହି ବସଟି ଆଜି(ଶୁକ୍ରବାର) ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ:

କରେଣ୍ଟ ଲାଗି ଜଳିଗଲା ବସ
କରେଣ୍ଟ ଲାଗି ଜଳିଗଲା ବସ
author img

By

Published : Nov 27, 2020, 5:29 PM IST

ଜୟପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଦିଲ୍ଲୀରୁ ଜୟପୁରକୁ ଆସୁଥିବା ବେଳେ ଅଚରୋଲ ନିକଟ ହାଇୱେରେ ଏହି ବସଟି ଆଜି(ଶୁକ୍ରବାର) ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସଟି ସମ୍ପୁର୍ଣ୍ଣ ଜଳି ଯାଇଥିଲା । ଏହି ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 5 ଜଣ ଗୁରୁତର ହୋଇଛନ୍ତି ।

ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଯାତ୍ରୀଙ୍କୁ ବସରୁ ବାହାର କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି । ଦୁର୍ଘଟଣା ପରେ ବସରେ ନିଆଁ ଲାଗିବା କାରଣରୁ କେଇ ଘଣ୍ଟା ଧରି ବସରୁ ମୋଟା ଅଙ୍କର ଧୂଆଁ ବାହାରୁଥିଲା । ରାଜଧାନୀ ଜୟପୁରର ନିକଟସ୍ଥ ଅଚରୋଲ ଥାନା ନିକବର୍ତ୍ତୀରେ ଏହି ଦୁର୍ଘଟଣା ହୋଇଛି ।

ଦିଲ୍ଲୀରୁ ଜୟପୁରକୁ ଆସୁଥିବା ଏହି ଘରୋଇ ବସ ଡ୍ରାଇଭରର ଅବହେଳା କାରଣରୁ ବସଟି ରିଭର୍ସ ନେଉଥିବା ସମୟରେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଆଉ ବସରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାର ଖବର ପାଇବା ପରେ ପୋଲିସ ଅଧିକ୍ଷକ ଜୟପୁର ଗ୍ରାମୀଣ ଶଙ୍କର ଦତ୍ତଶର୍ମା ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ତୁରନ୍ତ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.