ETV Bharat / bharat

ଲିଫ୍ଟରୁ ଖସି ଚାଲିଗଲା 3 ଜୀବନ

ଲିଫ୍ଟରୁ ଖସି 3 ମୃତ ଜଣେ ଆହତ ହୋଇଛନ୍ତି । ନୂଆଦିଲ୍ଲୀର ଦ୍ବାରକା ସେକ୍ଟର 14 ଅଞ୍ଚଳର ଅଘଟଣ । ଅଧିକ ପଢନ୍ତୁ...

3 killed, 1 hurt as open lift falls from height at DDA construction site in Dwarka
ଲଫ୍ଟରୁ ଖସି 3 ଶ୍ରମିକଙ୍କ ଗଲା ଜୀବନ , ଜଣେ ଆହତ
author img

By

Published : Jun 30, 2021, 11:03 AM IST

ନୂଆଦିଲ୍ଲୀ: ଲିଫ୍ଟରୁ ଖସି 3 ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ନୂଆଦିଲ୍ଲୀର ଦ୍ବାରକା ସେକ୍ଟର 14 ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ମଙ୍ଗଳବାର ଦ୍ବାରକା ସେକ୍ଟର 14 ଅଞ୍ଚଳରେ ଡିଡିଏ କନଷ୍ଟକସନରେ କାମ ଚାଲୁଥିବା ବେଳେ ଲିଫ୍ଟରୁ 4 ଜଣ ଶ୍ରମିକ ଖସି ପଡିଥିଲେ । ଆହତ ତିନି ଜଣଙ୍କୁ ସେକ୍ଟର -12, ଦ୍ବାରକା ସ୍ଥିତ ଶ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଅନ୍ୟଜଣଙ୍କୁ ଦ୍ବାରକା ମୋରେ ଥିବା ତାରକ ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ହେଲେ ଡାକ୍ତରଖାନାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଉଛନ୍ତି 50 ବର୍ଷିୟ ପନ୍ନା ଲାଲ ଯାଦବ, 29 ବର୍ଷିୟ ବସନ୍ତ ଓ ମଙ୍ଗଲ ପ୍ରସାଦ ସିଂ ବୋଲି ଜଣାପଡିଛି । ଅନ୍ୟ ଜଣେ ଶ୍ରମିକ ସୁରେନ୍ଦର ରାୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସେପଟେ, ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଧାରା 287 (ଯନ୍ତ୍ରାଂଶ ପ୍ରତି ଅବହେଳା ଆଚରଣ), 288 (ଅଟ୍ଟାଳିକାକୁ ଭାଙ୍ଗିବା କିମ୍ବା ମରାମତି କରିବାରେ ଅବହେଳା ଆଚରଣ), 337 (ଜୀବନ କିମ୍ବା ଅନ୍ୟର ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା) ଏବଂ 304A ( ଅବହେଳା କାରଣରୁ ମୃତ୍ୟୁ) ଏହି ସମସ୍ତ ଧାରା ଲଗାଯାଇ ମାମଲା ରୁଜୁ ହୋଇଛି।

ଯୋଗାଯୋଗ କରାଯିବା ପରେ ଡିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଘଟଣାର ଅନୁସନ୍ଧାନ ପାଇଁ ଏକ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କାର୍ଯ୍ୟରେ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.