ETV Bharat / bharat

ସମଶାବାଦ ବିମାନବନ୍ଦରରୁ 3 କେଜି ହେରୋଇନ୍ ଡ୍ରଗ୍ ଜବତ - heroin seized

ବିମାନବନ୍ଦରରୁ ହେରୋଇନ ଜବତ । ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କ ଦ୍ବାରା 3 କେଜି ହେରୋଇନ୍ ଡ୍ରଗ୍ ଜବତ । ଅଧିକ ପଢନ୍ତୁ...

ଶ୍ୟାମସାବାଦ ବିମାନ ବନ୍ଦରରୁ 3 କେଜି ହେରୋଇନ୍ ଡ୍ରଗ୍ ଜବତ

author img

By

Published : Jun 21, 2021, 9:43 PM IST

ହାଇଦ୍ରାବାଦ: ସମଶାବାଦ ବିମାନବନ୍ଦରରୁ 3 କେଜି ହେରୋଇନ୍ ଡ୍ରଗ୍ ଜବତ । ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କ ଦ୍ବାରା ହାଇଦ୍ରାବାଦସ୍ଥିତ ସମଶାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଚଢାଉ କରି 3 କେଜି ହିରୋଇନ ଡ୍ରଗ୍ସ ଜବତ କରିଛନ୍ତି । ସୋମବାର ହାଇଦ୍ରାବାଦ ବିମାନବନ୍ଦରକୁ ଆସିଥିବା ତାନଜାନିଆ ବାସିନ୍ଦା ଜୋନ୍ ୱିଲିୟମ୍ସଙ୍କୁ ଚିହ୍ନଟ କରାଯାଇଛି ।

ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ସୂଚନାନୁସାରେ ଏହାର ଆନୁମାନିକ ମୂଲ୍ୟ 20 କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଆଉ ଏହା ଜୁନ୍ ମାସରେ ଏକାଧିକ ଥର ଜବତ ହୋଇଥିବା ନେଇ ସୂଚନା ମିଳିଛି । ଜୁନ 15ରେ ମଧ୍ୟ ସମଶାବାଦ ବିମାନବନ୍ଦରରେ ହିରୋଇନ ଡ୍ରଗ୍ସ ଜବତ କରାଯାଇଥିଲା । ପୂର୍ବରୁ ଜୁନ୍ 5 ଏବଂ 6 ତାରିଖରେ ଜବତ ହୋଇଥିବା 12 କିଲୋଗ୍ରାମ ହିରୋଇନର ମୂଲ୍ୟ 78 କୋଟି ଟଙ୍କା । ଅନ୍ୟପଟେ ବିମାନବନ୍ଦରରେ ଦୁଇ ଜିମ୍ବାୱେ ମହିଳାଙ୍କ ଲଗେଜରୁ ମଧ୍ୟ 78 କୋଟି ମିଳିଥିବା ନେଇ ସୂଚନା ।

ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ସୂଚନା ମୁତାବକ ଜୋନ୍ ୱିଲିୟମ୍ସଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିବାବେଳେ ଏହି ଘଟଣାର ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.