ETV Bharat / bharat

3 Farm Laws: ରଦ୍ଦ ନିଷ୍ପତ୍ତିରେ କ୍ୟାବିନେଟର ମୋହର - ୩ କୃଷି ଆଇନ ରଦ୍ଦ ନିଷ୍ପତ୍ତିକୁ ମଞ୍ଜୁରୀ

କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ(3 Farm Laws) ପ୍ରତ୍ୟାହର ନିଷ୍ପତ୍ତିକୁ କ୍ୟାବିନେଟ୍‌(Union Cabinet)ର ମୋହର । ଅଧିକ ପଢନ୍ତୁ

3 Farm Laws: ରଦ୍ଦ ନିଷ୍ପତ୍ତି ଉପରେ କ୍ୟାବିନେଟର ମୋହର

author img

By

Published : Nov 24, 2021, 3:05 PM IST

ନୂଆଦିଲ୍ଲୀ: ୩ କୃଷି ଆଇନ(3 Farm Laws) ପ୍ରତ୍ୟାହର ଦାବିରେ ଥିବା କୃଷକଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଏହି ପ୍ରତ୍ୟାହାର ପାଇଁ ନେଇଥିବା ନିଷ୍ପତ୍ତିରେ ମୋହର ମାରିଛି କ୍ୟାବିନେଟ୍‌(Union Cabinet) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ତିନି କୃଷି ଆଇନ୍‌ ରଦ୍ଦ ନେଇ ମଞ୍ଜୁରୀ ମିଳିଛି ।

ତେବେ ସାରା ଦେଶରେ ବର୍ଷେ ଧରି ଚାଲିଥିବା କୃଷି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗତ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) ଏହି ୩ ଆଇନକୁ ପ୍ରତ୍ୟାହାର କରିନେଇଥିଲେ । ଏଥିସହ ସେ କହିଥିଲେ ଯେ, ଚଳିତ ମାସ ଶେଷ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ନୂଆ ଆବଶ୍ୟକୀୟ ବିଲ୍ ପ୍ରସ୍ତାବ ଦିଆଯିବ । ସର୍ବନିମ୍ନ ସହାୟତା ମୂଲ୍ୟ (MSP) ପାଇଁ ଏକ ନୂଆ ଢାଞ୍ଚା ବାହାର କରିବା ପାଇଁ କେନ୍ଦ୍ର ଦ୍ୱାରା ଏକ କମିଟି ଗଠନ କରାଯିବ ।

ଏହା ମଧ୍ୟ ପଢନ୍ତୁ:-3 Farm Laws: କୃଷି ଆଇନ ପ୍ରତ୍ୟାହାରକୁ ଆଜି କେନ୍ଦ୍ର କ୍ୟାବିନେଟରେ ମିଳିପାରେ ଅନୁମୋଦନ

ନଭେମ୍ବର 26, 2020 ରେ କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରଣୟନ କରିବା ପରଠାରୁ ଦେଶବ୍ୟାପୀ କୃଷି ଆନ୍ଦୋଳନ ହୋଇଥିଲା । ନଭେମ୍ବର ୧୯, ୨୦୨୧ ରେ ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ମଧ୍ୟ ଆନ୍ଦୋଳନ ହଟିନାହିଁ । ବର୍ତ୍ତମାନ ସୁଦ୍ଧା କୃଷକ ସଂଗଠନ ସେମାନଙ୍କର ଆନ୍ଦୋଳନ ବନ୍ଦ ନେଇ ଘୋଷଣା କରି ନାହାଁନ୍ତି ।

ଅନ୍ୟପଟେ ନଭେମ୍ବର 29 ରେ ସଂସଦ ଅଧିବେଶନର ପ୍ରଥମ ଦିନରେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯୋଜନା କରୁ ଥିବାବେଳେ ଆଜି ଏହି ୩ ଆଇନ ରଦ୍ଦ ନେଇ କ୍ୟାବିନେଟର ମୋହର ବାଜିଛି । ତେବେ ଆନୁଷ୍ଠାନିକ ତଥା ଆଇନଗତ ଭାବେ ଶୀତ ଅଧିବେଶନରେ ଆଇନ ରଦ୍ଦ ହେବା ପରେ ଆନ୍ଦୋଳନ ବନ୍ଦ ହେବ ବୋଲି କୃଷକ ସଂଗଠନ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.