ETV Bharat / bharat

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟିରୁ ଅଧିକ ଘର ନିର୍ମାଣ

author img

By

Published : Apr 8, 2022, 9:05 AM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶରେ ୩ କୋଟି ପକ୍କା ଘର ନିର୍ମାଣ ହୋଇଛି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଘର ନିର୍ମାଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶରେ ୩ କୋଟି ପକ୍କା ଘର ନିର୍ମାଣ ହୋଇଛି(3 crore houses constructed under Awas Yojana) । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ଦେଶର ଗରୀବ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ଆମର ସଂକଳ୍ପରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛୁ । ଜନସାଧାରଣଙ୍କ ସହଭାଗିତାରେ ୩ କୋଟିରୁ ଅଧିକ ଘର ନିର୍ମାଣ ସମ୍ଭବ ହୋଇଛି । ମୌଳିକ ସୁବିଧା ଥିବା ଏହି ଘରଗୁଡିକ ଆଜି ମହିଳା ସଶକ୍ତିକରଣର ପ୍ରତୀକ ପାଲଟିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • देश के हर गरीब को पक्का मकान देने के संकल्प में हमने एक अहम पड़ाव तय कर लिया है। जन-जन की भागीदारी से ही तीन करोड़ से ज्यादा घरों का निर्माण संभव हो पाया है। मूलभूत सुविधाओं से युक्त ये घर आज महिला सशक्तिकरण का प्रतीक भी बन चुके हैं। pic.twitter.com/6jmMcMs21J

    — Narendra Modi (@narendramodi) April 8, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PM Awas Yojana) ଅଧିନରେ ଗ୍ରାମୀଣ ଅଞ୍ଚଳରେ ପ୍ରାୟ ୨.୫୨ କୋଟି ଗୃହ ନିର୍ମାଣ ଶେଷ ହୋଇଯାଇଛି । ଏଥିପାଇଁ ମୋଟ ୧.୯୫ ଲକ୍ଷ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ସେହିପରି ସହାରାଞ୍ଚଳରେ ଆବାସ ଯୋଜନାରେ ପାଖାପାଖି ୫୮ ଲକ୍ଷ ପକ୍କା ଘର ତିଆରି ହୋଇଛି । ଏଥିପାଇଁ ୧.୧୮ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରତ୍ୟେକ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ସହିତ ଜଳ ଓ ବିଦ୍ୟୁତ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.