ETV Bharat / bharat

UP Polls 2022: ଦଳ ଛାଡି ସପାରେ ସାମିଲ ହୋଇପାରନ୍ତି 3 BSP ନେତା - ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅପଡେଟ

2022 ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବ (UP polls 2022)ରୁ ମାୟାବତୀଙ୍କ ଗଡ ହେଉଛି ଦୁର୍ବଳ । SPରେ ସାମିଲ ହୋଇପାରନ୍ତି 3 BSP ନେତା । ଅଖିଳେଶଙ୍କୁ ଭେଟି ସାକ୍ଷାତ କରିଥିବା ଚର୍ଚ୍ଚା ଜୋର । ଅଧିକ ପଢନ୍ତୁ

UP polls 2022: ଦଳ ଛାଡି SP ରେ ସାମିଲ ହୋଇପାରନ୍ତି 3 BSP ନେତା

author img

By

Published : Dec 5, 2021, 10:16 PM IST

ଲକ୍ଷ୍ନୌ: 2022 ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP polls 2022) ପୂର୍ବରୁ ବହୁଜନ ସମାଜ ପାର୍ଟି (BSP)ଆଉ ଏକ ସମସ୍ୟାର ସମ୍ମୁଖୀନ ହେବାନେଇ ଆଶଙ୍କା ପ୍ରକାଶ ପାଇଛି । ବିଏସପି ୩ ବରିଷ୍ଠ ନେତା ଦଳ ଛାଡି SPରେ ସାମିଲ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି (3 BSP leaders likely to join Samajwadi Party) । ଏହି ଦଳ ଛାଡିବା ତାଲିକାରେ ରହିଛନ୍ତି, BSP ନେତା ବିନୟ ଶଙ୍କର ତିଓ୍ବାରୀ, କୁଶଲ ତିଓ୍ବାରୀ ଏବଂ ଗଣେଶ ଶଙ୍କର ପାଣ୍ଡେ । ଏମାନେ ଖୁବ୍ ଶୀଘ୍ର ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁସାରେ,ଏହି ତିନି ନେତା ଗତକାଲି (ଶନିବାର) ଲକ୍ଷ୍ନୌରେ SP ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ହରି ଶଙ୍କର ତିଓ୍ବାରୀଙ୍କ ପୁଅ ବିନୟ ଶଙ୍କର ତିଓ୍ବାରୀ ଚିଲୁପର ନିର୍ବାଚନମଣ୍ଡଳୀରୁ ବିଧାୟକ ଥିବାବେଳେ ଗଣେଶ ଶଙ୍କର ପାଣ୍ଡେ ମାୟାବତୀଙ୍କ ଶାସନକାଳରେ ବିଧାନ ପରିଷଦର ଅଧ୍ୟକ୍ଷ ଥିଲେ । ଡିସେମ୍ବର 7ରେ ଜୟନ୍ତ ଚୌଧୁରୀଙ୍କ ନେତୃତ୍ବାଧୀନ RLD ଏବଂ SPର ମିଳିତ ସମାବେଶରେ ଏମାନଙ୍କ ଯୋଗଦାନ ତାରିଖ ସ୍ଥିର କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

ଏହାପୂର୍ବରୁ ଅକ୍ଟୋବର ମାସରେ ଲକ୍ଷ୍ନୌରେ ଦଳ ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ୬ ଜଣ ନିଲମ୍ବିତ BSP ବିଧାୟକ SPରେ ଯୋଗ ଦେଇଥିଲେ । ଏହି ତାଲିକାରେ ହରଗୋବିନ୍ଦ ଭରଭ, ମୁଜତାବା ସିଦ୍ଦିକି, ହାକିମଲାଲ ବିନ୍ଦ, ଅସଲମ ବର୍ଷା, ସୁଷମା ପଟେଲ ଏବଂ ଅସଲମ ଚୌଧୁରୀ ରହିଥିଲେ ।

2022ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ରାଜନୈତିକ ସମୀକରଣରେ ଲଗାତାର ପରିବର୍ତ୍ତନ ଦେଖାଯିବାରେ ଲାଗିଛି । ଉତ୍ତର ପ୍ରଦେଶରେ 2017 ବିଧାନସଭା ନିର୍ବାଚନରେ ମୋଟ 403 ଆସନରୁ ଭାରତୀୟ ଜନତା ପାର୍ଟି (BJP) 312 ଟି ସିଟ ହାସଲ କରି ସରକାର ଗଠନ କରିଥିବାବେଳେ ସମାଜବାଦୀ ପାର୍ଟି (SP) 47ଟି ଆସନରେ ବିଜୟଲାଭ କରିଥିଲା । ସେହିପରି ବହୁଜନ ସମାଜ ପାର୍ଟି (BSP) 19ଟି ଆସନ ଓ କଂଗ୍ରେସ ମାତ୍ର ୭ଟି ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲା

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.