ETV Bharat / bharat

Babies died after Vaccination: ରୁବେଲା ଟିକା ନେବା ପରେ ୩ ଶିଶୁ ମୃତ - ରୁବେଲା ଟିକା ନେବା ପରେ ଶିଶୁଙ୍କ ମୃତ୍ୟୁ

ରୁବେଲା ଟିକା ନେବା ପରେ କର୍ଣ୍ଣାଟକ ବେଲାଗଭି ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି ୩ ଶିଶୁ । ଅଧିକ ପଢନ୍ତୁ

Babies died after Vaccination: ରୁବେଲା ରୋଗ ପାଇଁ ଟିକା ନେବା ଶିଶୁଙ୍କ ମୃତ୍ୟୁ

author img

By

Published : Jan 16, 2022, 6:06 PM IST

ବେଙ୍ଗାଲୁରୁ: ଟିକା ନେବା ହେଲା କାଳ । ମୃତ୍ୟୁ ମୁଖରେ ପଡିଲେ ୩ କଅଁଳ ଶିଶୁ । ତେବେ ଏହା କୋରୋନା ଟିକା ନୁହେଁ, ଏହା ହେଉଛି ଭାଇରସ ଜନିତ ରୁବେଲା ରୋଗ । ଏହି ରୋଗକୁ ଜର୍ମାନ ମିଳିମିଆ କୁହାଯାଉଥିବାବେଳେ ଏଥିରେ ଆକ୍ରାନ୍ତ ଶିଶୁଙ୍କ ଶରୀରରେ ନାଲି ନାଲି ଫଳି ଯିବା ସହିତ କୁଣ୍ଡାଇ ହୁଏ । ତେବେ ଏହି ରୋଗରୁ ବର୍ତ୍ତିବା ପାଇଁ ଟିକା ନେବା ପରେ କର୍ଣ୍ଣାଟକର ବେଲାଗଭି ଜିଲ୍ଲା ରାମଦୁର୍ଗାଠାରେ ୩ ଜଣ ଶିଶୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ଗତ ଜାନୁଆରୀ ୧୨ ତାରିଖରେ ରାମଦୁର୍ଗାରେ ଥିବା ସଲଘାଲି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ମୋଟ ୨୧ ଜଣ ଶିଶୁଙ୍କୁ ଟିକା ଦିଆଯାଇଥିଲା । ସେଥି ମଧ୍ୟରୁ ୪ ଜଣଙ୍କୁ ଏହି ରୁବେଲା ରୋଗ ବିରୋଧରେ ଟିକା ଦିଆଯାଇଥିଲା । ଏହାପରେ ଉକ୍ତ ୪ ଜଣ ଶିଶୁ ରୋଗାଗ୍ରସ୍ତ ହେବା ସହିତ ରାମଦୁର୍ଗା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ପବିତ୍ରା ହୁଲାଗୁର(୧୩ ମାସ), ମଧୁ ଉମେଶ କୁରାଗୁଣ୍ଡି(୧୪ ମାସ), ଚେତନା(୧୫ ମାସ) ମୃତ୍ୟୁବରଣ କରିଛନ୍ତି ।

ଆଉ ଜଣେ ଶିଶୁର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣା ବିରୋଧରେ କୁଲାଗୋଡ଼ା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ବେଲାଗଭି DHO ଏସ.ଭି ମୁନେୟାଲ କହିଛନ୍ତି ଯେ, " ଆମେ ଏହି ଘଟଣାକୁ ଗୁରୁତର ସହିତ ନେଇଛୁ । ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଶିଶୁମାନେ ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ରକ୍ତ ଓ ମୂତ୍ରକୁ ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇ ଲାବ୍ରୋଟୋରୀକୁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.